ଓଡ଼ିଶା ପାଇଁ ଭଲ ଖବର, ଗତକାଲି ପରୀକ୍ଷା ହୋଇଥିବା ୮୪୩ ନମୁନା ଆସିଲା ନେଗେଟିଭ୍ ।

ଓଡ଼ିଶା ପାଇଁ ଭଲ ଖବର, ଗତକାଲି ପରୀକ୍ଷା ହୋଇଥିବା ୮୪୩ ନମୁନା ଆସିଲା ନେଗେଟିଭ୍ ।

ଓଡ଼ିଶା ପାଇଁ ଭଲ ଖବର, ଗତକାଲି ପରୀକ୍ଷା ହୋଇଥିବା ୮୪୩ ନମୁନା ଆସିଲା ନେଗେଟିଭ୍ ।
କରୋନାକୁ ନେଇ ରାଜ୍ୟ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି । କରୋନା ପରୀକ୍ଷା ନେଇ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଗତକାଲି ସୁଦ୍ଧା ରାଜ୍ୟରେ ୭ ହଜାର ୫୭୭ଟି ପରୀକ୍ଷା ହୋଇଛି । ଗତକାଲି କେବଳ ୮୪୩ ଟି ନମୂନା ପରୀକ୍ଷା ହୋଇଛି । ତେବେ ଏହି ସମସ୍ତ ନମୂନା ନେଗେଟିଭ୍ ଆସିଛି । ଯାହାକି ରାଜ୍ୟ ପାଇଁ ବଡ ଆଶ୍ୱସ୍ତିକର ଖବର । ଶେଷ ଖବର ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦ ରହିଛି । ଏବେ ରାଜ୍ୟରେ କରୋନାର ୪୦ଟି ଆକ୍ଟିଭ୍ କେସ୍ ରହିଛି । ୧୯ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଦେଶରେ ୧୩ ହଜାର ୩୮୭ ଜଣ ଆକ୍ରାନ୍ତ ଅଛନ୍ତି । ଏବଂ ମୃତ୍ୟୁ ସଂଖ୍ୟା ୪୩୭ରେ ପହଁଚିଛି । ୧୭୪୯ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏବେ ୧୧ ହଜାର ୨୦୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପରି ସ୍ଥିତିରେ ଦେଶରେ ଦୁଇଟି ରାଜ୍ୟର କରୋନା ସ୍ଥିତି ଏବେ ସବୁଠାରୁ ଅଧିକ ଚିନ୍ତାଜନକ ଆଡକୁ ଗତି କରୁଛି । ଏହି ଦୁଇଟି ରାଜ୍ୟ ହେଉଛନ୍ତି ମଧ୍ୟପ୍ରଦେଶ ଓ ଗୁଜରାଟ ।