ଟିକ୍ ଟକ୍ କରିବା ହେଲା କାଳ, ଏମିତି କରୁଥିଲେ ଟିକ୍ ଟକ୍ ଚାଲିଗଲା ନାବାଳକଙ୍କ ଜୀବନ

ଟିକ୍ ଟକ୍ କରିବା ହେଲା କାଳ, ଏମିତି କରୁଥିଲେ ଟିକ୍ ଟକ୍ ଚାଲିଗଲା ନାବାଳକଙ୍କ ଜୀବନ

ଟିକ୍ ଟକ୍ କରିବା ହେଲା କାଳ, ଏମିତି କରୁଥିଲେ ଟିକ୍ ଟକ୍ ଚାଲିଗଲା ନାବାଳକଙ୍କ ଜୀବନ
ନୟାଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଟିକ୍ ଟକ୍ ଜଣେ ନାବାଳକଙ୍କ ଜୀବନ ନେଇଥିବା ଜଣାଯାଇଛି। ଦଉଡ଼ି ଦେବାର ଅଭିନୟ କଲା ବେଳେ ନାବାଳକଙ୍କ ସତରେ ଜୀବନ ଚାଲିଯାଇଥିବା ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ର ଡିଆରଡିଏ ରୋଡରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାଖରେ ରହୁଥିବା ଆନନ୍ଦ ଚନ୍ଦ୍ର ସାହୁଙ୍କ ପୁଅ ପ୍ରେମାନନ୍ଦ ସାହୁ ସବୁ ବେଳେ ନିଜର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିଥାନ୍ତି। ସେ କିଛି ଦିନ ହେବ ନୟାଗଡ଼ ଜିଲ୍ଲାର ଲେଙ୍କୁଡିପଡ଼ା ଗ୍ରାମରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ। ପ୍ରେମାନନ୍ଦ ଗତକାଲି ରାତିରେ ଦଉଡ଼ି ଦେବାର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିବାକୁ ଝରକା ପାଖରେ ନିଜର ମୋବାଇଲ୍ ରଖି ଫ୍ୟାନରେ ଝୁଲିବାକୁ ଯାଇଥିଲେ। ଦୁର୍ଯୋଗବଶତଃ ସେହି ଶାଢିଟି ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଏହାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିଛି ସମୟ ପରେ ସଂପର୍କୀୟଙ୍କ ଘରଲୋକେ ପ୍ରେମାନନ୍ଦଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନୟାଗଡ଼ ଟାଉନ୍ ଥାନା ଘଟଣାସ୍ଥଳରେ ପହଞ୍ଚି ପ୍ରେମାନନ୍ଦଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।