ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୩୭
ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୩୭
admin
Sep 14, 2020 - 05:54
Updated: Sep 14, 2020 - 05:54
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି । ସେହିପରି କନ୍ଧମାଳ, ନୟାଗଡ, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ଚାରିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ଯଥାକ୍ରମେ ୭୫, ୫୬, ୭୬ ଓ ୬୮ । ସେହିପରି ଭୁବନେଶ୍ବରର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ସେହିପରି ବଲାଙ୍ଗିରର ଦୁଇ ଆକ୍ରାନ୍ତଙ୍କ ମହିଳା ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ ୭୦ ଓ ୪୦ ବର୍ଷ । କନ୍ଧମାଳରୁ ୬୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସେହିପରି ନୟାଗଡରୁ ୫୪ ବର୍ଷୀୟ ପୁରୁଷ ରହିଥିବାବେଳେ ମୟୂରଭଞ୍ଜରୁ ୫୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି ।ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ହୋଇଛି ।