ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସିଏଜି ରିପୋର୍ଟରେ ସରକାରଙ୍କ ଗଫଲତି ନେଇ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କାହା ସ୍ୱାର୍ଥରେ ସରକାର ଖୋଲା ବଜାରରୁ ୧୨, ୧୩୦ କୋଟି ଋଣ ଆଣିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ଦେଖାଇ ଆତ୍ମସାତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଲେଖାଶ୍ରୀ କହିଛନ୍ତି ଯେ, ୧୦୦ କିମି ରାସ୍ତା ପାଇଁ ୨୨୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ମାତ୍ର ୪୮ କିମି ରାସ୍ତା ନିର୍ମାଣ କରାଯାଇ ଟଙ୍କା ହଡ଼ପ କରାଯାଇଛି । ରାଜ୍ୟ ସରକାର ୧୩୦କୋଟିରେ ଆଳୁ ମିଶନ ଆରମ୍ଭ କରିଥିଲେ ହେଁ ମାତ୍ର ୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚିଟଫଣ୍ଡ ପାଇଁ ୩୦୦ କୋଟିର କର୍ପସ ପାଣ୍ଠି କରିଥିଲେ ହେଁ କାହାରିକୁ ଟଙ୍କା ଫେରାଇଲେ ନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ସେହିପରି ୟୁସି ଦେଇପାରିଲେନି, କେନ୍ଦ୍ର ଅନୁଦାନ ୩୮,୪୨୬ କୋଟି ଖାଇଦେଲେ ବୋଲି ସେ ଅଭିଯୋଗ କରିଛନ୍ତି ।