ଡି.କେ ଶିବକୁମାର ହେଲେ କର୍ଣ୍ଣାଟକ କଂଗ୍ରେସର ସଭାପତି ।

ଡି.କେ ଶିବକୁମାର ହେଲେ କର୍ଣ୍ଣାଟକ କଂଗ୍ରେସର ସଭାପତି ।

ଡି.କେ ଶିବକୁମାର ହେଲେ କର୍ଣ୍ଣାଟକ କଂଗ୍ରେସର ସଭାପତି ।
କର୍ଣ୍ଣାଟକ କଂଗ୍ରେସର ସଭାପତି ହୋଇଛନ୍ତି ବରିଷ୍ଠ ନେତା ଡି.କେ ଶିବକୁମାର। ଦିନେଶ ଗୁଣ୍ଡୁରାଓଙ୍କ ସ୍ଥାନରେ ସେ ସଭାପତି ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ଏହି ନିଯୁକ୍ତି ଦେଇଛନ୍ତି। ଶିବକୁମାରଙ୍କ ସହିତ ତିନି ଜଣିଆ କାର୍ୟ୍ୟକାରୀ ସଭାପତିଙ୍କୁ ମଧ୍ୟ ଦଳ ନିଯୁକ୍ତି ଦେଇଛି। ସିଦ୍ଧରମାୟା ସରକାରରେ ଶିବକୁମାର ରାଜ୍ୟରେ ଶକ୍ତିମନ୍ତ୍ରୀ ଥିଲେ। ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଢ଼ିବାରେ ଶିବକୁମାରଙ୍କର ମଧ୍ୟ ଅବଦାନ ଥିଲା। ଯାହାକି ତାଙ୍କୁ ଗାନ୍ଧୀ ପରିବାରର ନିକଟତମ କରିଛି। ପିସିସି ସଭାପତି ହେବା ପୂର୍ବରୁ ୨୦୦୯ରେ ସେ କର୍ଣ୍ଣାଟକର କାର୍ୟ୍ୟକାରୀ ସଭାପତି ଥିଲେ। ରାଜ୍ୟରେ ଥିବା ବିଧାୟକଙ୍କ ମଧ୍ୟରୁ ଡି.କେ ଶିବକୁମାର ସବୁଠାରୁ ଧନୀ। ୨୦୧୩ରେ ନିର୍ବାଚନୀ ସତ୍ୟପାଠରେ ସେ ତାଙ୍କର ସମ୍ପତ୍ତି ୨୫୦ କୋଟି ବୋଲି ଦର୍ଶାଇଥିଲେ। ହେଲେ କର୍ଣ୍ଣାଟକର ଅନ୍ତିମ ବିଧାନସଭା ନିର୍ବାଚନ ବେଳେ ତାଙ୍କର ସମ୍ପତ୍ତି ୬୦୦ କୋଟି ଦର୍ଶାଇଥିଲେ।