କଂଗ୍ରେସ ଅବସ୍ଥା ଭଲ ନାହିଁ: ତାରା

କଂଗ୍ରେସ ଅବସ୍ଥା ଭଲ ନାହିଁ: ତାରା

କଂଗ୍ରେସ ଅବସ୍ଥା ଭଲ ନାହିଁ: ତାରା
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ପାଇଁ ଆଜି ଅର୍ଥାତ ସୋମବାର ଭୋଟ ଗ୍ରହଣ ଜାରି ରହିଛି । ମୋଟ ୨୮୫ଟି ପୁଲିଂ ବୁଥରେ ଭୋଟ ଗ୍ରହଣ କରାଯାଉଛି । ସକାଳୁ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ଭୋଟ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ବାଜିମାତ ମାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଆସୁଥିଲାବେଳେ କଂଗ୍ରେସ କିନ୍ତୁ ସେ ଦମ୍ଭୋକ୍ତି ଦେଖାଇ ପାରୁନାହିଁ । ପୂର୍ବରୁ ବିଜେପୁରରେ କଂଗ୍ରେସ ଜିତିବ ନାହିଁ ବୋଲି ସୁର ରାଉତ ରାୟ କହିଥିଲେ । ତେବେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା କଂଗ୍ରେସ ନେତାଙ୍କ ତାଲିକାରେ ଆଉ ଜଣେ ସାମିଲ ହୋଇଯାଇଛନ୍ତି । ସେ ହେଉଛନ୍ତି କଂଗ୍ରେସି ବିଧାୟକ ତାରା ବାହିନୀପତି । ବିଜେପୁରରେ କଂଗ୍ରେସ ଅବସ୍ଥା ଭଲ ନାହିଁ । କଣ ହେବ କହିହେବ ନାହିଁ । ନିର୍ବାଚନ ପାଇଁ ପିସିସି ସଭାପତି ମାତ୍ର ୨୦ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ତାରା ବାହିନୀପତି କହିଛନ୍ତି । ଅନ୍ୟପକ୍ଷରେ ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୁତୁ୍ୟ ମାମଲାରେ ପ୍ରତିକ୍ରିୟା ଦେଇ ଶ୍ରୀ ବାହିନୀପତି କହିଛନ୍ତି ଯେ, ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଛି । ଗେଷ୍ଟ ହାଉସର ସିସିଟିଭି ଫୁଟେଜ କୁଆଡେ଼ ଗଲା ବୋଲି ତାରା ପ୍ରଶ୍ନ କରିଛନ୍ତି । ମୃତାଙ୍କ ଚରିତ୍ର ସଂହାର ହୋଇଛଇ । ଏହାକୁ ନେଇ ବିଜେଡି ଓ ବିଜେପି ରାଜନୀତି କରୁଛନ୍ତି ବୋଲି ତାରା କହିଛନ୍ତି ।