ଧାନ ମଣ୍ଡି ସମସ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ : ସମୀର ମହାନ୍ତି
ଧାନ ମଣ୍ଡି ସମସ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ : ସମୀର ମହାନ୍ତି
admin
Jan 21, 2021 - 08:51
Updated: Jan 21, 2021 - 08:51
ସମ୍ବଲପୁର: ଧାନ ମଣ୍ଡି ସମସ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସମ୍ବଲପୁରରେ ବିଜେପି ପକ୍ଷରୁ ଅନୁଷ୍ଠିତ ଚାଷୀ ସମାବେଶରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ମହାନ୍ତି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରିବାରୁ ହଜାର ହଜାର ବସ୍ତା ପଡ଼ି ରହିଛି । ଶୀତ ଆକାରରେ ପଡ଼ି ଚାଷୀ ରାତି ଅନିନ୍ଦ୍ରା ହୋଇ ମଣ୍ଡି ସାମନାରେ ପଡ଼ି ରହିଛନ୍ତି । ଦିବ୍ୟ ସାହୁ ଟୋକନ ପାଇ ବି ଧାନ ବିକି ନପାରିବାରୁ ହୃଦଘାତରେ ମୃତୁ୍ୟବରଣ କଲେ । ସେ ଟୋକନ ପାଇ ଧାନ ଦେଇନାହାନ୍ତି । କେମିତି ଟୋକା ପୂରିଗଲା । ସରକାର କେଉଁ ଦିନ ଧାନ ଉଠାଇବେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି । ଏଥିସହ ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାନ୍ତ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ପ୍ରକାଶ ଯେ, ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସମ୍ବଲପୁର ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ୟ୍ୟାଳୟ ଘେରାଉ କରାଯିବ । ଏଥିରେ ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରର ଚାଷୀଙ୍କ ସହ ବିଜେପି କର୍ମୀମାନେ ଯୋଗଦେବେ । ଏଥିପାଇଁ ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭାର ଅନୁଷ୍ଠିତ ହେଉଛି । ଏହାପରେ ମଧ୍ୟାହ୍ନରେ ବିଜେପି ଆରଡ଼ିସି ଅଫିସ ଘେରିବ ।