ବ୍ୟାଙ୍କ ପରିଚାଳକଙ୍କ ଠାରୁ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟ ଘଟଣା- ୩ ଜଣ ଅଭିଯୁକ୍ତ ଗିରଫ

ବ୍ୟାଙ୍କ ପରିଚାଳକଙ୍କ ଠାରୁ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟ ଘଟଣା- ୩ ଜଣ ଅଭିଯୁକ୍ତ ଗିରଫ

ବ୍ୟାଙ୍କ ପରିଚାଳକଙ୍କ ଠାରୁ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟ ଘଟଣା- ୩ ଜଣ ଅଭିଯୁକ୍ତ ଗିରଫ
ଗୁଡ଼ଭେଲା/ତୁଷୁରା - ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତରଙ୍ଗମୁଣ୍ଡା ଗ୍ରାମରେ ଥିବା କିୟୋକ୍ସ ବ୍ୟାଙ୍କ ପରିଚାଳକଙ୍କ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିବା ଘଟଣାରେ ସୋମବାର ତିନି ଜଣ ଯୁବକଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟ ଚାଳାଣ କରାଯାଇଥିବା ବେଳେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଭାଗୀୟ ହାଜତକୁ ପଠାଇ ଦେଇଥିବା ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ହେଲେ ବଲାଙ୍ଗିର ସହରର ଲଲିତ ନଗରର ପିତବାସ ପୁଟେଲ (୨୧ ବର୍ଷ), ପୋଲେସ ଲାଇନର ବଲରାମ ପୁଟେଲ (୨୪ ବର୍ଷ) ଓ ପୁଇଁତଲା ଥାନା ଅନ୍ତର୍ଗତ ମେଢିପାଳି ଗ୍ରାମର ପ୍ରିୟ ବାଗ(୨୧ ବର୍ଷ) । ପ୍ରାପ୍ତ ସୂଚନା ଅନୁଯାଇଁ ଗୁଡଭେଲା ବ୍ଳକ ଅନ୍ତର୍ଗତ ତରଙ୍ଗମୁଣ୍ଡା ଗ୍ରାମରେ ଥିବା କିୟୋକ୍ସ ବ୍ୟାଙ୍କ ପରିଚାଲକ କେଶବ କମ୍ପ(୩୮ ବର୍ଷ) ଶନିବାର ଗୁଡଭେଲା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ପ୍ରାୟ ଅପରାହ୍ନ ୪ଟା ସମୟରେ ନିଜ କିୟୋକ୍ସ ବ୍ୟାଙ୍କ ପରିଚାଲନା ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଣ କରି ନିଜ ମୋଟର ସାଇକେଲରେ ନିଜ ଗାଁ ଅଭିମୁଖେ ବାହାରି ଥିଲେ । ବଲାଙ୍ଗିର ଜିଲା ଗୁଡଭେଲା-କଲାହାଣ୍ଡି ଜିଲା ମୋହନଗରି ମୁଖ୍ୟ ରାସ୍ତା ସ୍ଥିତ ଯୋଗିମୁଣ୍ଡା ଗ୍ରାମ ପାଖରେ ପ୍ରାୟ ଛଅ ଜଣ ଯୁବକ ମାଡ ମାରି ତାଙ୍କ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେବା ସହ ଲାଠି ଓ ତାବଳିରେ ଆକ୍ରମଣ କରିଥିଲେ । ସେପଟରୁ ଏକ ଗାଡି ଆସୁଥିବା ଦେଖି ଲୁଟେରା ମାନେ ପଲାଇ ଯାଇଥିବା ବେଳେ କିଛି ଲୋକେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ । ଉକ୍ତ ଲୁଟେରା ମଧ୍ୟରୁ ତିନି ଜଣଙ୍କୁ ବୌଦ୍ଧ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ଧରିବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀ ଉକ୍ତ ଲୁଟେଲା ମାନଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ତୁଷୁରା ପୋଳିଷକୁ ଜିମା ଦେଇଥିଲେ । ଉକ୍ତ ଯୁବକମାନଙ୍କ ଠାରୁ ନଗତ ୪୪ ହଜାର ୮ଶହ ଟଙ୍କା, ଗୋଟିଏ ନୋକିଆ ମୋବାଇଲ, ଲୁଟରେ ବ୍ୟବହାର ହୋଇଥିବା ଗୋଟିଏ ଅସ୍ତ୍ର ସହ ଦୁଇଟି ପଳସର ବାଇକ (ନମ୍ବର-ଓଆର-୧୩-ଏଫ ୨୫୯୬ ଏବଂ ଓଆର ୦୩-ସି-୮୭୮୨ )କୁ ପୋଳିଷ ଜବତ କରିଛି ।