ରାଉଳପଲ୍ଲୀ ଠାରେ ୧୦୦ ଜଣ କୃଷକ ମାନଙ୍କୁ ତାଲିମ ପ୍ରଦାନ

ରାଉଳପଲ୍ଲୀ ଠାରେ ୧୦୦ ଜଣ କୃଷକ ମାନଙ୍କୁ ତାଲିମ ପ୍ରଦାନ

ରାଉଳପଲ୍ଲୀ  ଠାରେ ୧୦୦ ଜଣ କୃଷକ ମାନଙ୍କୁ ତାଲିମ ପ୍ରଦାନ
ରାଉଳପଲ୍ଲୀ : ଖାଦ୍ୟକୁ ମଣିଷର ପ୍ରଥମ ଆବଶ୍ୟକତା ବୋଲି ବିବେଚନା କରାଯାଏ । ଆଉ ଏଇ ଖାଦ୍ୟର ସାରଥି କୃଷକ । ସେ ସବୁଜ ବିପ୍ଲବର ସେନାପତି , ସେ ମାଟିର ମଣିଷ ତ ପୁଣି ହଳଲଙ୍ଗଳ ଧାରି ଜଣେ ସାଧାରଣ ବ୍ୟକ୍ତି ଭାବେ ଭୂମିରେ କର୍ଷଣ କରେ । ତାରି ପାଇଁ ବିପିତ ବିହନ ସବୁ ଗଜା ମେଲେ । ହଳକର୍ଷିତ ଜମିରେ ସୁନାର ଫସଲ ବେଶ ରଙ୍ଗୀନ ହୋଇଉଠେ । ସବୁଜିମା ଭିତରେ ଏସବୁ ଖୁବ୍ ଜୀବନ୍ତ ଲାଗେ । କୃଷି ଓ କୃଷକକୁ ନେଇ ଆରମ୍ଭ ହୋଇଥିବା ଅଟଳ ଯୋଜନା ସାରା ଭାରତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଜାତୀୟ ଦକ୍ଷତା ବିକାଶ ମିଶନ ଦ୍ୱାରା ପ୍ରସାରିତ ଏହି ଯୋଜନା ଦ୍ୱାରା ସାରା ଓଡ଼ିଶାର ଏକ ଲକ୍ଷ ଚାଷୀଙ୍କୁ ତାଲିମ ଦେଇ ଉଦ୍ୟୋଗୀ କରିବାର ଯୋଜନା ରହିଛି । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତାର ପରିପ୍ରକାଶ ନିମନ୍ତେ ଏହାର ପରିକଳ୍ପନା । ଏହାକୁ ନଜରରେ ରଖି ଗଂଜାମ ଜିଲ୍ଲାର ରାଉଳପଲ୍ଲୀ ଗ୍ରାମରେ କୃଷକ ମାନଙ୍କୁ ସେମାନଙ୍କ ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯାଇଛି । ମୁଁ ସଫଳ କୃଷି ଉଦ୍ୟୋଗୀର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ଏହି ଅଟଳ ଯୋଜନା ଏକ ଲକ୍ଷ ଚାଷୀଙ୍କୁ ଉଦ୍ୟୋଗୀ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର – ଡ଼ି ଶୁଭମ୍ ଓ ସୁଶାନ୍ତ କୁମାର ଚୋ÷ଧୁରୀ ଜୈବିକ ଚାଷ ଉପରେ ତାଲିମ ପ୍ରଦାନ କରିଥିଲେ । ଜୈବିକ ଚାଷ ଏବେ ସାରା ଦେଶରେ ଏକ ଯୁଗାନ୍ତକାରୀ ବିପ୍ଲବ । କୃଷି ପ୍ରଶିକ୍ଷକ ମାନେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଜୈବିକ ସାରର ପ୍ରସ୍ତୁତି ବିଷୟରେ ସୂଚନା ଦେବା ସହ ଗାଁମାନଙ୍କରେ ହାଣ୍ଡିଖତ ପ୍ରସ୍ତୁତ କରି ଜମିରେ ବ୍ୟବହାର କରିଥିଲେ । ଦୁଇଟି ବେଚ୍ରେ ପାଖାପାଖି ୧୦୦ଜଣ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରାଉଳପଲ୍ଲୀ ଗ୍ରାମ ଠାରେ କଳାକାହ୍ନୁ ଟ୍ରଷ୍ଟ ସହଯୋଗରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଜୟ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଚାଷୀମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ତାଙ୍କ ମତରେ ୨୦୨୨ ସୁଦ୍ଧା ମୋଦୀଜି କହିଥିବା ଚାଷୀଙ୍କର ଆୟକୁ ଦୁଇଗୁଣ କରାଯିବାର ଲକ୍ଷ୍ୟକୁ ପ୍ରତିଫଳିତ କରିବା ଦିଗରେ ଆମେ ଚେଷ୍ଟା କରୁଛୁ । ଏବେ ସୁଦ୍ଧା ପ୍ରାୟ ୩୦୦୦୦ ଚାଷୀଙ୍କୁ ତାଲିମ ପ୍ରଦାନ କରାସରିଲାଣି । ଆହୁରି ଏଦିଗରେ ବ୍ୟାପକ ଯୋଜନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହା ବ୍ୟତୀତ ତପନ କୁମାର ରାଉଳ ଓ କଳାକର ରାଉଳ ଏହି କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ କହିବା ସହ ଏହି ପ୍ରମାଣପତ୍ର ଭବିଷ୍ୟତରେ କିପରି ଉପାଦେୟ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଶିବିରରେ ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣକୁ ଚାଷୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ପତ୍ରିକା ଆମକୁ ଚାଷକାମରେ ବହୁ ସାହାଯ୍ୟ କରିବ ବୋଲି ଉପସ୍ଥିତ ଚାଷୀମାନେ କହିଥିଲେ ।