୧୯ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୨୦୦୦ ବାଘ ଶିକାର : ଭାରତରେ ୬୨୬
୧୯ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୨୦୦୦ ବାଘ ଶିକାର : ଭାରତରେ ୬୨୬
admin
Aug 23, 2019 - 05:26
Updated: Aug 23, 2019 - 05:26
ନାଗପୁର: ଗତ ୧୯ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୩୨ଟି ଦେଶରେ ୨୦୦୦ ବାଘ ଶିକାର ହୋଇଛି । ବାଘ ଶରୀରର ବିଭିନ୍ନ ମୂଲ୍ୟବାନ ଅଂଶ ପାଇଁ ୨୦୦୦ ରୁ ୨୦୧୮ ମଧ୍ୟରେ ୧୯୭୭ ଟି ବାଘ ଶିକାର ହୋଇଥିବା ବି୍ରଟେନର ଟ୍ରାଫିକ ଇଣ୍ଟରନ୍ୟାସନାଲ ରିପୋର୍ଟରୁ ଜଣାପଡ଼ିଛି । ପ୍ରତିବର୍ଷ ହାରାହାରି ପ୍ରାୟ ୧୦୪ ବାଘ ଶିକାର କରାଯାଉଛି । ତେବେ ସାରା ବିଶ୍ୱରେ ବାଘ ସଂଖ୍ୟା ୩୯୫୧ ଥିବା ବେଳେ ଏଥି ମଧ୍ୟରୁ ୭୫୦୯ ପ୍ରତିଶତ ତଥା ୨୯୬୭ ବାଘ ଭାରତରେ ଅଛନ୍ତି । ଗତ ୧୯ ବର୍ଷ ମଧ୍ୟରେ ଭାରତରେ ୬୨୬ ବାଘ ଶିକାର ହୋଇଛି । ସେହିପରି ୪୬୩ ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି । ରିପୋର୍ଟ ଅନୁଯାୟୀ ୩୨ଟି ଦେଶରେ ୩୮୨ଟି ବାଘ ଜୀବନ୍ତ ଧରାଯାଇଛି ।
ଭାରତରେ ସବୁଠୁ ଅଧିକ ବାଘ ଶିକାର ହେଉଥିବା ବେଳେ ଏହା ପଛକୁ ଥାଇଲାଣ୍ଡ ରହିଛି । ଥାଇଲାଣ୍ଡର ୩୬୯ ବାଘ ଶିକାର କରାଯାଇଛି । ୪୯ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି । ଇଣ୍ଡୋନେସିଆରେ ୨୬୬ ବାଘ ଶିକାର ହୋଇଥିବା ବେଳେ ୧୧୯ଟି ଜବତ ମାମଲା ରେକର୍ଡ ହୋଇଛି । ଚୀନାରେ ୨୪୬ଟି ବାଘ ଶିକାର ହୋଇଥିବା ବେଳେ ୧୨୬ଟି ଜବତ ମାମଲା ରହିଛି । ଭିଏତନାମାରେ ୨୧୬ ବାଘ ଶିକାର ହୋଇଥିବା ବେଳେ ୮୯ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି । ନେପାଳରେ ୨୯୭ ବାଘ ଶିକାର ହୋଇଥିବା ବେଳେ ମାଲେସିଆରେ ୧୦୭, ରୁଷରେ ୧୦୭ ବାଘ ଶିକାର କରାଯାଇଛି । ୩୨ଟି ଦେଶରେ ୨୩୫୯ଟି ବାଘ ଶରୀରରେ ବିଭିନ୍ନ ଅଂଶ ଜବତ କରାଯାଇଛି । ବିଶ୍ୱ ବ୍ୟାପୀ ୩୨ଟି ଦେଶରୁ ସମୁଦାୟ ୧୧୪୨ ବାଘ ଶରୀରର ବିଭିନ୍ନ ଅଂଶ ଜବତ କରାଯାଇଛି । ପ୍ରତିବର୍ଷ ହାରାହାରି ୬୦ ବାଘ ସଂକ୍ରାନ୍ତ ଜବତ ମାମଲା ହେଉଥିବା ଜଣାପଡ଼ିଛି । ଭାରତ, ଚୀନ ଏବଂ ଇଣ୍ଡୋନେସିଆରେ ସବୁଠାରୁ ଅଧିକ ଜବତ ମାମଲା ଥିବା ଜଣାପଡ଼ିଛି । ପ୍ରତିବର୍ଷ ହାରାହାରି ୫୮ଟି ବାଘକୁ ଚମଡ଼ା ପାଇଁ ଶିକାର କରାଯାଉଛି । ବାଘ ଶିକାର ଏବଂ ଜବତ ସଂକ୍ରାନ୍ତ ମାମଲାରେ ୧୧୬୭ ଜଣ ଗିରଫ ହୋଇଛନ୍ତି ।