ହାତ ଧରିଲେ ଅଶ୍ବିନୀ ପୂଜାହାରୀ

ହାତ ଧରିଲେ ଅଶ୍ବିନୀ ପୂଜାହାରୀ

ହାତ ଧରିଲେ ଅଶ୍ବିନୀ ପୂଜାହାରୀ
ଭୁବନେଶ୍ବର: ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସର ହାତ ଧରିଛନ୍ତି। ରବିବାର ଦିନ କଂଗ୍ରେସ ଭବନ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅଶ୍ବିନୀ ପୂଜାହାରୀ କଂଗ୍ରେସରେ ସାମିଲ ହେଲେ। ତେବେ ସମ୍ବଲପୁର ଜିଲ୍ଲାର କେଉଁ ଆସନରୁ ସେ ନିର୍ବାଚନ ଲଢ଼ିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରକାଶ ଯେ, ଡାକ୍ତର ପୂଜାହାରୀ ନିର୍ଦ୍ଦେଶକ ଥିବାବେଳେ ଭିମସାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଲୋକଲୋଚନକୁ ଆସିଥିଲେ । ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ । ପୂଜାହାରୀଙ୍କ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ମିଶିଛନ୍ତି ।