ଜେଇଇ ମେନ୍ ୧ ପରୀକ୍ଷା ଫଳ ପ୍ରକାଶ, ଓଡିଆ ପୁଅ ସୌରଭ ଟପ୍ପର

ଜେଇଇ ମେନ୍ ୧ ପରୀକ୍ଷା ଫଳ ପ୍ରକାଶ, ଓଡିଆ ପୁଅ ସୌରଭ ଟପ୍ପର

ଜେଇଇ ମେନ୍ ୧ ପରୀକ୍ଷା ଫଳ ପ୍ରକାଶ, ଓଡିଆ ପୁଅ ସୌରଭ ଟପ୍ପର
ନୂଆଦିଲ୍ଲୀ - ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶୁକ୍ରବାର ରାତିରେ ନ୍ୟାସନାଲ ଟେଷ୍ଟିଂ ଏଜେନସି (ଏନଟିଏ) ଏହି ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଏହା ଜେଇଇ ମେନର ୱେବସାଇଟ jeemain.nta.in ରେ ଉପଲବ୍ଧ ହେଉଛି । ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ମୋଟ ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଥିବା ବେଳେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯% ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ଜେଇଇ ମେନ୍ ପରୀକ୍ଷା ୨ଟି ପର୍ଯ୍ୟାୟରେ ୨୩୩ ସହର ଏବଂ ବିଦେଶରେ ୫୭୦ ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗରେ କରାଯାଇଥିଲା । ବିଇ / ବିଟେକ ପରୀକ୍ଷା ପାଇଁ ମୋଟ ୯,୨୧,୨୬୧ ଜଣ ପଞ୍ଜିକରଣ କରାଇଥିଲେ । ସେଥିରେ ୮,୬୯,୦୧୦ ଆବେଦନକାରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ ମିଳିଛି । ଏଥିରେ ୬,୦୪୯୮୧ ଛାତ୍ର, ୨,୬୪,୦୨୬ ଛାତ୍ରୀ ଓ ତିନି ଜଣ କିନ୍ନର ରହିଛନ୍ତି । ଓଡ଼ିଶାର ପ୍ରାୟ ୩୧ ହଜାର ଛାତ୍ରଛାତ୍ରୀ ଏହି ର୍ୟାଙ୍କିଙ୍ଗ ତାଲିକାରେ ସ୍ଥାନ ପାଇଛନ୍ତି । ଆସନ୍ତା ଏପି୍ରଲ ୫ ରୁ ୧୧ ତାରିଖ ଯାଏ ଜେଇଇ ମେନ-୨ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ପଞ୍ଜିକରଣ ପ୍ରକି୍ରୟା ଫେବୃୟାରୀ ୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।