ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ
ମାଲକାନଗିରି - ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀ ଜଣଙ୍କ ମାଥିଲି ଥାନା ଅନ୍ତର୍ଗତ କମାରପଲ୍ଲୀ ଗ୍ରାମର ଇଡ଼ମେ ମାଡକାମୀ। ସେ ଗତ ୨୦୧୫ ମସିହାରେ ମହୁପଦର ଏଲଓଏସରେ ଯୋଗ ଦେଇଥିଲେ । ସେ ୩ଜଣଙ୍କୁ ହତ୍ୟା, ୨ଟି ସ୍ଥାନରେ ପୁଲିସ ସହ ଗୁଳିବିନିମୟ ଓ ଜଣେ ଠିକାଦାରଙ୍କ ଗାଡି ପୋଡ଼ି ଘଟଣାରେ ଜଡ଼ିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମରେ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟ, ମାଓ ନେତାଙ୍କ ମହିଳାଙ୍କ ପ୍ରତି ଅସଦାଚରଣ, କୁମ୍ବିଂ ଅପରେସନ, ଟେମୁରୁପ।ଲ୍ଲୀ ଓ ମହୁପଦରରେ କ୍ୟାମ୍ପ ପ୍ରତିଷ୍ଠା ଯୋଗୁଁ ସେ ଆତ୍ମସମର୍ପଣ କରିଥିବା ଏସପି ଶ୍ରୀ ଖିଲାରୀ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି।