କୁନି ଝିଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ମନ୍ତ୍ରୀ

କୁନି ଝିଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ମନ୍ତ୍ରୀ

କୁନି ଝିଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର: ଅଜଣା ରୋଗରେ ଶୀକାର ହୋଇଥିବା ଜଣେ କୁନି ଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଛୋଟ ଝିଅଟି ରାଜଧାନୀ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ ରୁହନ୍ତି। ତାଙ୍କ ନାଁ ତୁଳସୀ। ବର୍ଷେ ହେବ ସେ ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛନ୍ତି। ଏପରିକି ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ସବୁଠି ଦେଖା ସରିଛି। ହେଲେ ରୋଗ ନିରୁପଣ ହୋଇ ପାରୁ ନ ଥିବାରୁ ତାଙ୍କର ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ଏଥିସହ ତାଙ୍କ ପରିବାରର ଆର୍ଥିକ ସଙ୍କଟ ମଧ୍ୟ ରହିଛି। ତେବେ ଏନେଇ ଏକ ସ୍ୱେଚ୍ଛାସେବୀ ସଂଗଠନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇବା ପରେ ସେ ତୁଳସୀଙ୍କ ଘରେ ପହଞ୍ଚି ସହାୟତାର ହାତ ବଢ଼ାଇବା ସହ କୁନି ଝିଅଟିର ଚିକିତ୍ସା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।