ଛୁଟିରେ ରହିଲେ କଟିବନି ଦରମା

ଛୁଟିରେ ରହିଲେ କଟିବନି ଦରମା

ଛୁଟିରେ ରହିଲେ କଟିବନି ଦରମା
କରୋନା ଭୂତାଣୁ ବିରୋଧରେ ଲଢ଼େଇ ଆରମ୍ଭ କରିଦେଇଥିବା ଭାରତୀୟ ଶିଳ୍ପ ଜଗତ କର୍ମଚାରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଗୁଡ଼ିକ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଛୁଟି ଦେବାକୁ ଘୋଷଣା କରିଛନ୍ତି । ଛୁଟି ଅବଧିରେ ସେମାନଙ୍କୁ ପୂର୍ଣ୍ଣ ଦରମା ମିଳିବ ବୋଲି ମଧ୍ୟ କହିଛନ୍ତି । ଟାଟା ଷ୍ଟିଲ ପକ୍ଷରୁ ମାନବ ସମ୍ବଳ ନୀତିରେ ପରିବର୍ତ୍ତନ କରି ‘ସ୍ୱତନ୍ତ୍ର ଛୁଟି’ର ବ୍ୟବସ୍ଥା କରାଯାଇଛି । କମ୍ପାନୀର ଯେକୌଣସି କର୍ମଚାରୀ କରୋନା ପାଇଁ ଛୁଟି ନେଇପାରିବେ ଏବଂ ନିଜକୁ ସଙ୍ଗରୋଧ କରି ରଖିପାରିବେ । କମ୍ପାନୀର ସବୁ ବର୍ଗର କର୍ମଚାରୀ ଏହି ଛୁଟି ନେଇପାରିବେ । ସଙ୍ଗରୋଧ ଜଣେ କର୍ମଚାରୀ ଯେତେ ଦିନ ପର୍ଯ୍ୟନ୍ତ ଚାହିଁବେ ଛୁଟି ନେଇପାରିବେ । ଏହି ସମୟରେ ସେ ଯେଉଁ ଛୁଟି ନେବେ ତାହା ତାଙ୍କର ବାର୍ଷିକ ଛୁଟିକୁ ପ୍ରଭାବିତ କରିବ ନାହିଁ ।