ରାଜ୍ୟରେ କରୋନା ମୁକାବିଲା ।

ରାଜ୍ୟରେ କରୋନା ମୁକାବିଲା ।

ରାଜ୍ୟରେ କରୋନା ମୁକାବିଲା ।
ଭୁବନେଶ୍ୱର: ରାଜ୍ୟ ସରକାର ସବୁ ସରକାରୀ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହେବ । ଏହା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା ହେବ । ଏଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍‌ଡିଭିଜନସ୍ତରୀୟ ଚିକିତ୍ସାଳୟ, ସହରାଞ୍ଚଳ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ । ଏହି ସବୁ ହସ୍ପିଟାଲରେ ଥିବା ପୁରୁଣା ସୁରକ୍ଷିତ କୋଠା, ଅବ୍ୟବହୃତ କୋଠା ଏବଂ କମ ବ୍ୟବହାର ହେଉଥିବା କୋଠାକୁ ଏଥିପାଇଁ ବ୍ୟବହାର କରାଯିବ । ସମସ୍ତଙ୍କ ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ୬୩ କୋଟି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ହସ୍ପିଟାଲର ଭିତ୍ତିଭୂମି ସଜାଡ଼ିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଖର୍ଚ୍ଚ ଆକଳନ କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁଯାୟୀ, ୭୧ଟି ଏସଡିଏଚ ଏବଂ ଡିଏଚଏଚ ପାଇଁ ୨୪ କୋଟି ୭୧ ଲକ୍ଷ ଏବଂ ୨୮୩ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୩୮ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ।