ଜୀବନରେ କେବେ ହାରିବେନି, କେମିତି ଜାଣନ୍ତୁ

ଜୀବନରେ କେବେ ହାରିବେନି, କେମିତି ଜାଣନ୍ତୁ

 ଜୀବନରେ କେବେ ହାରିବେନି, କେମିତି ଜାଣନ୍ତୁ

ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । କେତେକଙ୍କ ଜୀବନରେ ସଫଳତା ଶୀଘ୍ର ଆସିଥାଏ, କଛି ଲୋକଙ୍କ କ୍ଷେତ୍ରରେ ସଫଳତା ଆସିବା ବିଳମ୍ବ ହୋଇଥାଏ ଓ କେତେକାଂଶ କ୍ଷେତ୍ରରେ କଠିନ ପରିଶ୍ରମ ପରେ ମଧ୍ୟ ସଫଳତା ଆସିନଥାଏ । କିନ୍ତୁ ଚାଣକ୍ୟଙ୍କ ଏହି ନୀତି ଅନୁସରଣ କଲେ ଆପଣ ଜୀବନରେ କେବେ ହାରିବେ ନାହିଁ  । 

ଯେମିତିକି-ବ୍ୟକ୍ତି  ସିଧା ସଳଖ ଓ ସରଳ ହେବା ଉଚିତ୍ ନୁହେଁ । କାରଣ ସିଧା ବୃକ୍ଷକୁ ହିଁ ପ୍ରଥମେ କଟା ଯାଇଥାଏ । ତେଣୁ ସର୍ବଦା ସାହାସୀ ହେବା ଆବଶ୍ୟକ ।

-କ୍ରୋଧ ମୃତୁ୍ୟକୁ ଡାକିଥାଏ ଓ ଲୋଭ ଦୁଃଖକୁ ଡାକିଥାଏ । ଅନ୍ୟପକ୍ଷରେ ବିଦ୍ୟା, କ୍ଷୀର ଦେଉଥିବା ଗାଈ ପରି ହୋଇଥାଏ । ଏହା ମଣିଷକୁ ସବୁ ବିପଦରୁ ରକ୍ଷା କରିଥାଏ । ଏଣୁ ସର୍ବଦା ନିଜ କର୍ମ ଓ ବିଦ୍ୟାରେ ସନ୍ତୁଷ୍ଟ ହୁଅନ୍ତୁ ।

-ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଧ୍ୟାନ କିମ୍ବା ପଢିବା ଦ୍ୱାରା ବିତାଇଥାନ୍ତି । ତେଣୁ ବ୍ୟକ୍ତି ସକାଳେ ମହାଭାରତ, ଦିନରେ ଅନ୍ୟ କାର୍ଯ୍ୟକଳାପ ସମ୍ବନ୍ଧରେ ଓ ରାତିରେ ଚୋରର ଗତିବିଧି ଉପରେ ପଢିବା ଆବଶ୍ୟକ ।

- ମୂଳରୁ ଅତ୍ୟନ୍ତ ଖୁସି ହେବା ଓ ଭବିଷ୍ୟତକୁ ନେଇ ଚିନ୍ତିତ ହେବା ମଧ୍ୟ ଉଚିତ୍ ନୁହେଁ । ବ ର୍ମାନକୁ ନେଇ ବ ିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।

-ସର୍ବଦା ଭଲ ବନ୍ଧୁ ଚୟନ କରନ୍ତୁ । କାରଣ ସ୍ୱାର୍ଥପର ବନ୍ଧୁ ତୁମ ବିଫଳତାର କାରଣ ହୋଇପାରେ ଓ ନିଜର ବ୍ୟକ୍ତଗତ ଜୀବନ ବିଷୟରେ କାହାକୁ କିଛି ଜଣାନ୍ତୁ ନାହିଁ, ଏହି ସବୁ ବିଷୟ ଉପରେ ଧ୍ୟାନ ଦେଲେ ଆପଣ ଶୀଘ୍ର ସଫଳତାର ପାହାଚ ଚଢି ପାରିବେ ।