ଏହି ସ୍ଥାନରେ ସୁନାର ପର୍ବତ ଅଛି ।
ଏହି ସ୍ଥାନରେ ସୁନାର ପର୍ବତ ଅଛି ।
admin
Mar 7, 2020 - 10:41
Updated: Mar 7, 2020 - 10:41
ଉତ୍ତରପ୍ରଦେଶର ସୋନଭଦ୍ର ଏକ ନକ୍ସଲପ୍ରବଣ ଜିଲ୍ଲା ଭାବେ ଜଣାଶୁଣା । ଏବେ ଆଉ ଏକ କାରଣ ପାଇଁ ଜିଲ୍ଲାଟି ସାରା ଦେଶରେ ଚର୍ଚ୍ଚା ପରିସରକୁ ଆସିଛି । ଚର୍ଚ୍ଚା ପଛରେ ରହିଛି ଏହି ଜିଲ୍ଲାର ଦୁଇଟି ଅଞ୍ଚଳରୁ ଠାବ ହୋଇଥିବା ପର୍ଯ୍ୟାପ୍ତ ପରିମାଣର ସୁନା । ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁସାରେ ଏହି ଅଞ୍ଚଳରେ ପ୍ରାୟ ତିନି ହଜାର ଟନ ଓଜନର ସୁନା ଗଚ୍ଛିତ ଅଛି । ସୋନପାହାଡ଼ି ନାମକ ଏକ ଛୋଟିଆ ପର୍ବତରେ ୨,୯୪୪ ଟନ ଏବଂ ହାର୍ଡି ବ୍ଲକର ଗୋଟିଏ ସ୍ଥାନରେ ୬୪୬ କିଲୋଗ୍ରାମ ଓଜନର ସୁନା ପୋତି ହୋଇ ରହିଛି । ଯାହାର ଆନୁମାନିକ ମୂଲ୍ୟ ବାର ଲକ୍ଷ କୋଟି ଟଙ୍କା ହେବ । ଏବେ ଭାରତ ପାଖରେ ମୋଟ ୬୨୬ ଟନ୍ ଓଜନର ସୁନା ଥିବା ବେଳେ ଠାବ ହୋଇଥିବା ସୁନାର ଓଜନ ଏହାଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ । କେବଳ ସୁନା ନୁହେଁ, ୟୁରାନିୟମ, ଲୌହ, ପଟାସ, ସିଲିମାନାଇଟ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ମଧ୍ୟ ଏହି ପର୍ବତରେ ଥିବା ସନ୍ଧାନ କରାଯାଇଛି । ଖୁବ୍ ଶୀଘ୍ର ସୁନାର ପର୍ବତ ନିଲାମ ହେବ । ଉଲ୍ଲେଖନୀୟ ସବୁଠାରୁ ଅଧିକ ସୁନା ଗଚ୍ଛିତ ଥିବା ରାଷ୍ଟ୍ର ତାଲିକାର ଶୀର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଉଠିବାର ଆଶା ସଂଚାର ହୋଇଛି ।