ମାଛ ନ ଖାଇଲେ ଆୟୁଷ କମିବ!

ମାଛ ନ ଖାଇଲେ ଆୟୁଷ କମିବ!

ମାଛ ନ ଖାଇଲେ ଆୟୁଷ କମିବ!

ଆମେ ସମସ୍ତେ ଜାଣିଛେ ଧୂମ୍ରପାନ ଦ୍ୱାରା ମଣିଷର ଆୟୁ ଚାରି ବର୍ଷ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । କିନ୍ତୁ ଖାଦ୍ୟରେ ଓମେଗା-୩ର ଅଭାବ ଯୋଗୁଁ ଏହା ସିଗାରେଟ ଟାଣିବାଠୁ ଅଧିକ ବିପଦଜନକ ବୋଲି ଏକ ନୂତନ ଅଧ୍ୟୟନ ଦାବି କରିଛି । ବିଶେଷଜ୍ଞଙ୍କ ମତରେ ଲୋକମାନେ ନିୟମିତ ଖାଦ୍ୟରେ ଓମେଗା-୩ ଅନ୍ତର୍ଭୁକ୍ତ କରିବା ଉଚିତ୍ । ସାଲମନ ଓ ମିରିକାଳୀ ମାଛରୁ ମିଳୁଥିବା ଫ୍ୟାଟି ଏସିଡର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ ପା ବର୍ଷ କମାଇ ଦେଇପାରେ । ମାଛ ତେଲ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଏହା ରକ୍ତରେ ଜମାଟ ବାନ୍ଧିବାକୁ ଦିଏ ନାହିଁ । ବିଶେଷଜ୍ଞଙ୍କ ମତରେ ଓମେଗା-୩ ଶରରରେ, ୮ପ୍ରତିଶତ ସ୍ତରରୁ କମ୍ ହେବା ଉଚିତ୍ ନୁହେଁ । ୨୦୧୮ରେ ୨୫୦୦ ଲୋକଙ୍କଠାରେ ହୋଇଥିବା ଅଧ୍ୟୟନରେ ଅନୁସନ୍ଧାନକାରୀ ମାନେ ଜାଣିବାକୁ ପାଇଲେ ଯେ ଯେଉଁମାନେ ଅଧିକ ପରିମାଣରେ ଓମେଗା-୩ ଖାଉଛନ୍ତି, ସେମାନଙ୍କ ମୃତୁ୍ୟରେ ୩୩ ପ୍ରତିଶତ କମ୍ ଆଶଙ୍କା ରହିଛି । ମହିଳାମାନଙ୍କ ଉପରେ ଅଧାରିତ ଏକ ଅଧ୍ୟୟନରେ ସମାନ ଫଳାଫଳ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତରେ, ସାଲମନ ଏବଂ ମିରିକାଳୀ ମାଛ  ଓମେଗା-୩ରେ ଭରପୂର ଅଟେ । ଏହାଛଡା ସାମୁଦ୍ରିକ ମାଛରେ ମଧ୍ୟ ଓମେଗା-୩ ପ୍ରଚୁର ପରିମାଣରେ ଥାଏ ଓ ଚୁନା ମାଛ ମଧ୍ୟ ଓମେଗା-୩ର ଉ ମ ଉସô । ଏହା ସହ ମାଛ ମଞ୍ଜି, ଫ୍ଲକ୍ସ ମଞ୍ଜି, ଚିଆ ମଞ୍ଜି, ସୋୟାବିନ, ଅଖରୋଟରେ ମଧ୍ୟ ଓମେଗା-୩ ଭରପୂର ଥାଏ । ତେଣୁ ଯେଉଁମାନେ ମାଂସ ଏବଂ ମାଛ ଖାଆନ୍ତି ନାହିଁ, ଶରୀରରେ ଓମେଗା-୩ର ଅଭାବ ଦେଖା ଦେଇଥାଏ ।