ସାହିତ୍ୟ ସପ୍ତର୍ଷି ମଣ୍ଡଳର ଏକ ନକ୍ଷତ୍ରମୟ ଜ୍ୟୋତି ହେଉଛନ୍ତି ବିଶ୍ୱକବି ରବିନ୍ଦ୍ରନାଥ

ସାହିତ୍ୟ ସପ୍ତର୍ଷି ମଣ୍ଡଳର ଏକ ନକ୍ଷତ୍ରମୟ ଜ୍ୟୋତି ହେଉଛନ୍ତି ବିଶ୍ୱକବି ରବିନ୍ଦ୍ରନାଥ

ସାହିତ୍ୟ ସପ୍ତର୍ଷି ମଣ୍ଡଳର ଏକ ନକ୍ଷତ୍ରମୟ ଜ୍ୟୋତି ହେଉଛନ୍ତି ବିଶ୍ୱକବି ରବିନ୍ଦ୍ରନାଥ
ସାହିତ୍ୟ ସପ୍ତର୍ଷି ମଣ୍ଡଳର ଏକ ନକ୍ଷତ୍ରମୟ ଜ୍ୟୋତି ହେଉଛନ୍ତି ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର । ବିଭିନ୍ନ ଦକ୍ଷତାର ଅଧିକାରୀ ସେ । ଏକାଧାରରେ ସେ ଜଣେ କବି, ଚିତ୍ରଶିଳ୍ପି, ବିଶିଷ୍ଠ ଶିକ୍ଷାବିତ, ସଂଗୀତଜ୍ଞ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତି୍ୟକ ବୋଲି ଧରାଯାଏ । ତାଙ୍କୁ ବଙ୍ଗଳାର ପକ୍ଷୀ ବୋଲି ଆଖ୍ୟା ଦିଆଯାଇଥିଲା । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିନ୍ଦ୍ରନାଥ ଠାକୁର ଥଲା । ରବିନ୍ଦ୍ରନାଥ ଟାଗୋରଙ୍କ ସହ ଜଡିତ ଥିବା ତଥ୍ୟ ହେଉଛି; .ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲେଖା ହୋଇଥିବା “ଗୀତାଞ୍ଜଳି”, “ଗୀତାଳୀ”, “ଗୀତିମାଲ୍ୟ”, “ଶିଶୁ ଭୋଳାନାଥ“, “ଖେୟା” ଆଦି ଇଂରାଜୀ ମଧ୍ୟ ଅନୁବାଦ କରାଯାଇଛି । .ରବିନ୍ଦ୍ରନାଥ ଟାଗୋର ୩ଥର ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସହ ମିଶିଥିଲେ ଏବଂ ଏପରି କୁହାଯାଏ ଯେ, ଆଲବର୍ଟ ଆଇନଷ୍ଟାଇନ ରବିନ୍ଦ୍ରନାଥ ଟାଗୋରଙ୍କୁ “ରବି ଟାଗୋର” ନାମରେ ଡାକୁଥିଲେ । .ରବିନ୍ଦ୍ରନାଥ ଟାଗୋର ଅନେକ ଦେଶ ଭ୍ରମଣ କରିଥିଲେ । ସେ ୧୮୭୮ ରୁ ୧୯୩୦ ମଧ୍ୟରେ ସେ ୭ ଥର ଲଣ୍ଡନ ଯାଇଥିଲେ । .ରବିନ୍ଦ୍ରନାଥ ଟାଗୋର ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ର ଆଖ୍ୟା ଦେଇଥିଲେ । ଯାହାପରେ ଗାନ୍ଧିଜୀଙ୍କ ନାଁ ଆଗରୁ “ମହାତ୍ମା” ଶବ୍ଦ ଲଗାଯାଇଥଇଲା । .ରବିନ୍ଦ୍ରନାଥ ଟାଗୋର ଭାରତର ରାଷ୍ଟ୍ରିୟ ସଙ୍ଗୀତ ସହ ବାଂଲାଦେଶର ରାଷ୍ଟ୍ରିୟ ସଙ୍ଗୀତ ରଚନା କରିଥିଲେ । ଭାରତର ରାଷ୍ଟ୍ରିୟ ସଙ୍ଗୀତ “ଜନ ଗଣ ମନ” ଏବଂ ବାଂଲାଦେଶର ରାଷ୍ଟ୍ରିୟ ସଙ୍ଗୀତ “ଆମାର ସୋନାର” ଅଟେ । .ଟାଗୋର ସାମ୍ରାଜ୍ୟବାଦକୁ ବିରୋଧ କରୁଥିଲେ ଓ ରାଷ୍ଟ୍ରିୟବାଦକୁ ସମର୍ଥନ କରୁଥିଲେ । ଯେତେବେଳେ ହିନ୍ଦୁ-ଜର୍ମାନୀ ଷଡଯନ୍ତ୍ରର ଅବଗତ କରାଇବା ଓ ବିଚାର କରିବା ପାଇଁ ସେ ଚିଠି ଲେଖିଥିଲେ । ସେ ଏଥିପାଇଁ ଜାପାନର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସାହଯ୍ୟ ମାଗିଥିଲୋ .ଟାଗୋର ବହୁତ ଗଳ୍ପ, କବିତା, ନାଟକ ରଚନା କରିଥିଲେ । ତା ସହିତ ଅନେକ ଗୀତ ଓ ସଙ୍ଗୀତ ମଧ୍ୟ ଲେଖିଥିଲେ । ରବିନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ଟି କ୍ଷୁଦ୍ର ଗଳ୍ପ ଓ ୧୯୧୫ଟି ସଙ୍ଗୀତ ଲେଖିଥିଲେ । ରବିନ୍ଦ୍ରନାଥ ଟାଗୋରେଙ୍କ ରଚନା ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି ।