ବିବାହ ପୂର୍ବରୁ ଜାଣନ୍ତୁ ଜୀବନ ସାଥିର ମନକଥା, ନଚେତ ଆସିପାରେ ଦାମ୍ପତ୍ୟ ଜୀବନରେ ଝଡ଼

ବିବାହ ପୂର୍ବରୁ ଜାଣନ୍ତୁ ଜୀବନ ସାଥିର ମନକଥା, ନଚେତ ଆସିପାରେ ଦାମ୍ପତ୍ୟ ଜୀବନରେ ଝଡ଼

ବିବାହ ପୂର୍ବରୁ ଜାଣନ୍ତୁ ଜୀବନ ସାଥିର ମନକଥା, ନଚେତ ଆସିପାରେ ଦାମ୍ପତ୍ୟ ଜୀବନରେ ଝଡ଼

ଚାଣକ୍ୟଙ୍କ ନୀତିଶାସ୍ତ୍ର ମଣିଷ ଜୀବନରେ ଅନେକ ସୁପ୍ରଭାବ ପକାଇଥାଏ । ଏଥିରେ ଗୃହସ୍ଥ ଜୀବନର ଛୋଟରୁ ବଡ ସମସ୍ୟାର ନିରାକରଣ ବିଷୟରେ ବର୍ଣ୍ଣନା କରାଯାଇଛି । ଜୀବନସାଥି ବାଛିବାକୁ ନେଇ ମଧ୍ୟ ଅନେକ କଥା ଉଲ୍ଲେଖ ରହିଛି । ଯେପରିକି,

-ଚାଣକ୍ୟ କହିଛନ୍ତି, ଜୀବନସାଥିଙ୍କ ମଧ୍ୟରେ ଧୌର୍ୟ୍ୟ ଗୁଣ ରହିବା ଜରୁରୀ। ଏହି ଗୁଣ ଉଭୟଙ୍କ ଠାରେ ଥିଲେ ଜୀବନ ଅଧିକ ଖୁସି ଓ ସରସ ସୁନ୍ଦର ହୋଇଥାଏ ।

-ଚାଣକ୍ୟଙ୍କ ନୀତି ଅନୁସାରେ, କେବଳ ସାଥିକୁ ନୁହେଁ, ବରଂ ତାଙ୍କ ପରିବାର, ଗୁଣ ଓ ଚରିତ୍ର ଆଧାରରେ ଜୀବନ ସାଥି ଚୟନ କରିବା ଉଚିତ୍ । ଝିଅଘର ଲୋକ ମଧ୍ୟ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ୍ ।

-ସର୍ବଦା ସମାନସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।

-ଜୀବନସାଥି ବାଛିବାରେ ଧାର୍ମିକ ଭାବନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହା ଜାଣିବା ଉଚିତ୍ ଯେ ଜୀବନସାଥିଙ୍କ ଧର୍ମ ଉପରେ କେତେ ବିଶ୍ୱାସ ରହିଛି । କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ୍ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଓ କର୍ମ ଉପରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ।

-ଶ୍ଳୋକ ଶେଷରେ ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ । ଏଣୁ ରାଗି ମଣିଷଙ୍କ ସହ ଜୀବନ ବିତାଇବା କଷ୍ଟକର । ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନ ସାଥି କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ୍ । କାରଣ ରାଗ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।