ଆଜି ‘ଗ୍ରାମାର ଡେ’

ଆଜି ‘ଗ୍ରାମାର ଡେ’

ଆଜି ‘ଗ୍ରାମାର ଡେ’
ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖରେ ପାଳନ କରାଯାଏ ‘ବ୍ୟାକରଣ ଦିବସ’ ବା ‘ଗ୍ରାମାର ଡେ’ । ‘ବ୍ୟାକରଣ’ର ଅର୍ଥ କୌଣସି ଭାଷାର ବିଶ୍ଲେଷଣ ଓ ବିବେଚନ । ବ୍ୟାକରଣ ଭାଷାର ଶୁଦ୍ଧିକରଣ ପାଇଁ ଉଦ୍ଦିଷ୍ଟ । ଭାଷାକୁ ଶୁଦ୍ଧ କରିବାର ନିୟମ ଗୁଡ଼ିକ ‘ବ୍ୟାକରଣ’ ର ମୁଖ୍ୟ ବିଷୟ । ତେଣୁ, ଭାଷା ଅଧ୍ୟୟନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ‘ଶବ୍ଦାନୁଶାସନ’ ମଧ୍ୟ କୁହାଯାଏ । ‘ବୈଦିକ ସଂସ୍କୃତ’ ବିଶ୍ୱର ସର୍ବପ୍ରାଚୀନ ଭାଷା । ଏହାର ବ୍ୟାକରଣ ନିୟମ ଇନ୍ଦ୍ର, ଚନ୍ଦ୍ର ଆଦି ଦେବତା ବନାଇଥିବା ଏକ ହିନ୍ଦୁ ବିଶ୍ୱାସ । ଯକ୍ଷ ନାମକ ବିଦ୍ୱାନ ପ୍ରଥମେ ସଂସ୍କୃତ ବ୍ୟାକରଣକୁ ବିଧିବଦ୍ଧ ରୂପ ଦେଇଥିଲେ । ତେବେ ତାଙ୍କ ବାବଦରେ ବିଶେଷ କିଛି ଜଣାଯାଏ ନାହିଁ । ସେ ସମ୍ଭବତଃ ଖ୍ରୀଷ୍ଟ ପୂର୍ବ ସପ୍ତମ ଶତାବ୍ଦୀ ପଣ୍ଡିତ ଥିଲେ । ତାଙ୍କ ପରେ ପାଣିନି ସଂସ୍କୃତ ବ୍ୟାକରଣର ବିଭିନ୍ନ ନିୟମ ବନାଇଥିଲେ । ତାଙ୍କ ଦ୍ୱାରା ରଚିତ ବ୍ୟାକରଣ ଶାସ୍ତ୍ର - ‘ଅଷ୍ଟାଧ୍ୟାୟୀ’ । ତାଙ୍କ ପରବର୍ତ୍ତୀ କାଳର ପ୍ରସିଦ୍ଧ ବ୍ୟାକରଣକାର ଥିଲେ ପିଙ୍ଗଳ, କାତ୍ୟାୟନ ଓ ପତଞ୍ଜଳି । ପାଶ୍ଚାତ୍ୟ ବ୍ୟାକରଣର ମୂଳଦୁଆ ପଡ଼ିଥିଲା ଗ୍ରୀସରେ । ରାଇନସ ଓ ଆରିସଟାକସ ଥିଲେ ପ୍ରାଚୀନ ଗ୍ରୀକ ବ୍ୟାକରଣକାର ।