ଫିଲ୍ମରେ ନୁହେଁ ବରଂ ଏହି ଯୋଡି ହେଉଛନ୍ତି ସତରେ Vampires, ଜାଣିଲେ ଝଟକା ଲାଗିବ ଏମାନଙ୍କ କାହାଣୀ

ଫିଲ୍ମରେ ନୁହେଁ ବରଂ ଏହି ଯୋଡି ହେଉଛନ୍ତି ସତରେ Vampires, ଜାଣିଲେ ଝଟକା ଲାଗିବ ଏମାନଙ୍କ କାହାଣୀ

ଫିଲ୍ମରେ ନୁହେଁ ବରଂ ଏହି ଯୋଡି ହେଉଛନ୍ତି ସତରେ Vampires, ଜାଣିଲେ ଝଟକା ଲାଗିବ ଏମାନଙ୍କ କାହାଣୀ
ଯଦି ଆପଣ ହଲିଉଡ ଫିଲ୍ମୀ ଓ ଟିଭି ସୋ କୁ ପସନ୍ଦ କରନ୍ତି ତେବେ ଆପଣଙ୍କୁ ଭାମ୍ପାୟର୍ସ ଓ ବେୟାରଲବୋଲ୍ବସଙ୍କର କାହାଣୀ ଆପଣଙ୍କୁ ସତ ଲାଗୁଥିବ ବା ଆପଣଙ୍କୁ ପସନ୍ଦ ଆସୁଥିବ । ଆପଣ ଏମାନଙ୍କୁ ପସନ୍ଦ କରୁଛନ୍ତି, କିନ୍ତୁ କଣ ଆପଣ ଏହା ମାନନ୍ତି କି ଭାମ୍ପାୟର୍ସ ସତରେ ଅଛନ୍ତି । ଫିଲ୍ମୀରେ ମଧ୍ୟ ଏହାର ପରିଭାଷା ବଦଳି ଗଲାଣି । ପୂର୍ବରୁ ଏମାନେ ବହୁତ ଭୟଙ୍କର ଥିଲେ, କିନ୍ତୁ ଏବେ ଭାମ୍ପାୟର୍ସବି ବହୁତ ରୋମାଣ୍ଟିକ ହେବାକୁ ଲାଗିଲେଣି ଏବଂ ଏମାନଙ୍କୁ ସବୁବେଳେ ଗୋଟିଏ ସାଧାରଣ ଝିଅକୁ ଭଲପାଉଥିବାର ଦେଖାଯାଏ ।କେବଳ ହଲିଉଡ ନୁହେଁ ବଲିଉଡରେ ଆଉ ଟିଭି ଜଗତରେ ମଧ୍ୟ ଭାମ୍ପାୟର୍ସ ଉପରେ ଗୋଟିଏ ସିରିଏଲ ତିଆରି ହୋଇଥିଲା “ପ୍ୟାର କି ୟେ ଏକ କାହାଣୀ” । ଏହି ସବୁ କଥାର ମାନେ ଆପଣ ଏହି ସବୁ କାହାଣିକୁ ଉପାଭୋଗ ତ କରନ୍ତି, କିନ୍ତୁ ଏହାକୁ ସତ ମାନୁ ନ ଥିବେ । ଆମେ ଆପଣଙ୍କୁ ଏମିତି ଦୁଇ ଜଣଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜକୁ ଭାମ୍ପାୟର୍ସ ବୋଲି ଭାବନ୍ତି ।ଏବେ ଆମେ ଆପଣଙ୍କୁ ଏକ କପଲଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ ନିଜକୁ ଭାମ୍ପାୟର୍ସ ବୋଲି ଭାବନ୍ତି । ବ୍ରିଟେନରେ ରହୁଥିବା ଏହି କପଲ ହେଲେ ୩୮ ବର୍ଷର ଆରୋ ଓ ୨୦ ବର୍ଷର ଲିଆ ଏବଂ ସେମାନଙ୍କର କହିବା କଥା ସେମାନେ ଭାମ୍ପାୟର୍ସ ଅଟନ୍ତି । ଦୁଇ ଜଣଙ୍କର ପ୍ରଥମ ଦେଖା ଡେଟିଙ୍ଗ ସାଇଟରେ ହୋଇଥିଲା । ଦୁଇ ଜଣଙ୍କୁ ଗୋଟିଏ ପ୍ରକାରର ଜୀବନ ଶୈଳୀ ପସନ୍ଦ । ଦୁଇ ଜଣ ରଙ୍ଗଠାରୁ ଦୂରରେ ରୁହନ୍ତି ଓ କଳା ଧଳା ଜୀବନ ବଞ୍ଚିବାକୁ ଚାହାଁନ୍ତି ।ଏହାର ଆରମ୍ଭ ପ୍ରଥମେ ଆରୋ କରିଥିଲେ । ସେ ଦିନେ ଲିଆଙ୍କୁ ତାଙ୍କର ରକ୍ତ ପିଇବାକୁ କହିଥିଲେ। ପ୍ରଥମେ ଲିଆ ଏହା ମାନି ନ ଥିଲେ ତା ପରେ ସେ ଆରୋଙ୍କ କଥା ମାନିଯାଇଥିଲେ । ସେ ଆରୋଙ୍କର ବାହୁରୁ ରକ୍ତ ପିଇଥିଲେ । ଏହାପରେ ନିଜ ଶିର କାଟି ଆରୋଙ୍କୁ ପିଆଇଥିଲେ । ଏହା ପରେ ଦୁଇ ଜଣଙ୍କୁ ରକ୍ତ ପିଇବାକୁ ଭଲ ଲାଗିଲା। ଏମିତି କଥା ଜାଣି ଆପଣାକୁ ଅଜବ ଲାଗି ପାରେ କି କାହାକୁ ଆଉ କାହାର ରକ୍ତ କେମିତି ସ୍ଵାଦିଷ୍ଟ ଲାଗିପାରେ । ଏମିତି ତ କାହା ପାଖରେ ଏହାର ସଠିକ ପ୍ରମାଣ ନହିଁ ଭାମ୍ପାୟର୍ସ ଭଳି ସତରେ କୌଣସି ଜୀବ ଅଛନ୍ତି କି ଏହା କେବଳ ଏକ ଭୁଲ ଧାରଣା ଅଟେ । ତଥାପି ଏମାନଙ୍କର କାହାଣୀ ଏତେ ପୁରୁଣା ତା ସଙ୍ଗେ ସଙ୍ଗେ ଏମିତି କିଛି ରହସ୍ୟମୟୀ ଘଟଣା ଶୁଣିଲେ ଏହି କଥା ଉପରେ ଧ୍ୟାନ ଯାଏ ଯେ ଭାମ୍ପାୟର୍ସ ବି ଏହି ଦୁନିଆରେ ଥାଇପାରନ୍ତି ।