ବଢ଼ୁଛି ଫୁଲ ଗହଣାର ଚାହିଦା

ବଢ଼ୁଛି ଫୁଲ ଗହଣାର ଚାହିଦା

ବଢ଼ୁଛି ଫୁଲ ଗହଣାର ଚାହିଦା
ବିବାହ ଉତ୍ସବରେ ଫୁଲର ଚାହିଦା ରହିବା ସ୍ୱାଭାବିକ । ଗତ କିଛି ବର୍ଷ ହେଲା କିନ୍ତୁ ଫୁଲ ଗହଣାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି ମେହେନ୍ଦୀ ଓ ସଙ୍ଗୀତ ଅବରସରେ ଫୁଲ ଗହଣାରେ ସଜାଇ ହେବାକୁ ଝିଅମାନେ ପସନ୍ଦ କରୁଛନ୍ତି । ଆମ ଦେଶରେ ଲୋକପ୍ରିୟ ହୋଇ ଏବେ ବିଦେଶୀ ରାଇଜର ମଧ୍ୟ ଫୁଲର ଡିଜାଇନର ଗହଣାମାନର ଚାହିଦା ବଢ଼ୁଛି । ଫୁଲରେ ଚୁଡି, କାନଫୁଲ, ପାଉଁଜି, କବରବନ୍ଦ ଇତ୍ୟାଦି ସୁନ୍ଦର ଭାବେ ତିଆରି କରାଯାଉଛି । ଏସବୁ ଅଧିକ ଦିନ ସତେଜ ରହିପାରୁନାହିଁ । କିନ୍ତୁ ରଙ୍ଗବେରଙ୍ଗର ପୋଷାକ ସହ ଖୁବ ମେଳ ଖାଉଛି ବୋଲି ଯୁବତୀମାନଙ୍କ ମତ । ଗେଣ୍ଡୁ ଫୁଲ, ଗୋଲାପ ଫୁଲ, ମଲ୍ଲୀ ଫୁଲ, ଟ୍ୟୁଲିପକୁ ମଧ୍ୟ ଗହଣା ତିଆରି ନିମନ୍ତେ ବ୍ୟବହାର କରାଯାଉଛି । ଏସବୁର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୬ ହଜାର ଟଙ୍କା ମଧ୍ୟରେ ରହୁଛି । ମୁମ୍ବାଇର ନାମୀ ଫ୍ଲୋରାଲ ଡିଜାଇନର ନୀନା ସିଂଙ୍କ ମତରେ ୧ ସପ୍ତାହ ପୂର୍ବରୁ ଗ୍ରାହକ ବରାଦ ଦେଉଥିବା ବେଳେ ଏସବୁ ଗହଣା ୨ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ ।