କାର୍ଯ୍ୟରେ ଯୋଗ ଦେଲେ ନିର୍ବାଚନ ପର୍ଯ୍ୟବେକ୍ଷକ

କାର୍ଯ୍ୟରେ ଯୋଗ ଦେଲେ ନିର୍ବାଚନ ପର୍ଯ୍ୟବେକ୍ଷକ

କାର୍ଯ୍ୟରେ ଯୋଗ ଦେଲେ ନିର୍ବାଚନ ପର୍ଯ୍ୟବେକ୍ଷକ
କନ୍ଧମାଳ:କନ୍ଧମାଳ ସଂସଦୀୟ କ୍ଷେତ୍ର ସମେତ ୮୨-ବାଲିଗୁଡ଼ା, ୮୩-ଘୁ.ଉଦୟଗିରି ଏବଂ ୮୪-ଫୁଲବାଣୀ ବିଧାନସଭା ଆସନରେ ଆଗାମୀ ସାଧାରଣ ନିର୍ବାଚନ-୨୦୧୯କୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଈବଭର କରିବା ଉଦ୍ଦେଶ୍ୟରେ ନିୟୋଜିତ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ବିଧିବଦ୍ଧ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରର ୮୬-ବୌଦ୍ଧ, ୧୨୧-ଦଶପଲ୍ଲା ଓ ୧୨୩-ଭଞ୍ଜନଗର ପାଇଁ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ପଦାଧିକାରୀ ସ୍ୱରୁପ ପି. ଏବଂ ୮୨-ବାଲିଗୁଡ଼ା, ୮୩-ଘୁ.ଉଦୟଗିରି, ୮୪-ଫୁଲବାଣୀ ଓ ୮୫-କଣ୍ଟାମାଳ ପାଇଁ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ପଦାଧିକାରୀ ଏମ୍. ଜେ. ଠକ୍କର ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ସେହିପରି, ଆରକ୍ଷୀ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ପୁଲିସ୍ ସେବାର ବରିଷ୍ଠ ପଦାଧିକାରୀ ପଙ୍କଜ କୁମାର ଶ୍ରୀବାସ୍ତବ ଏବଂ କନ୍ଧମାଳ ସଂସଦୀୟ କ୍ଷେତ୍ରର ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଚଳିତ ମାସ ୧୯ ତାରିଖରେ ଯୋଗ ଦେଇଥିବା ଭାରତୀୟ ରାଜସ୍ୱ ସେବା(ଶୁଳ୍କ)ର ପଦାଧିକାରୀ ରାମେଶ୍ୱର ମୀନା ମଧ୍ୟ ଇତିମଧ୍ୟରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକମାନେ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାରୁ ୧୧ ଘଟିକା ଏବଂ ଆରକ୍ଷୀ ପର୍ଯ୍ୟବେକ୍ଷକ ପଙ୍କଜ କୁମାର ଶ୍ରୀବାସ୍ତବ ପୂର୍ବାହ୍ନ ୧୧ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଫୁଲବାଣୀସ୍ଥିତ ସର୍କିଟ୍ ହାଉସ୍ ଠାରେ ନିର୍ବାଚନ ସମ୍ପର୍କୀତ ଆପତ୍ତି ଅଭିଯୋଗ ଶୁଣାଣୀ କରିବେ । ଏତଦ୍ବ୍ୟତୀତ, ସାଧାରଣ ପର୍ଯ୍ୟବେକ୍ଷକ ସ୍ୱରୁପ ପି.ଙ୍କୁ ମୋବାଇଲ୍ ନଂ. ୬୩୭୨୪୭୨୯୦୦, ଏମ୍. ଜେ. ଠକ୍କରଙ୍କୁ ମୋବାଇଲ୍ ନଂ.୭୬୫୩୯୨୬୫୮୧/ ୬୩୭୨୬୯୬୩୦୩, ବ୍ୟୟ ପର୍ଯ୍ୟବେକ୍ଷକ ରାମେଶ୍ୱର ମୀନାଙ୍କୁ ମୋବାଇଲ୍ ନଂ.୬୩୭୨୬୮୮୮୬୩ ଏବଂ ଆରକ୍ଷୀ ପର୍ଯ୍ୟବେକ୍ଷକଙ୍କୁ ମୋବାଇଲ୍ ନଂ. ୬୩୭୨୪୭୧୯୯୦ ମାଧ୍ୟମରେ ଜନସାଧାରଣ ନିର୍ବାଚନ ସମ୍ପର୍କୀତ ଆପତି ଅଭିଯୋଗ ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି । ପର୍ଯ୍ୟବେକ୍ଷକମାନଙ୍କୁ ଡାକ ଯୋଗେ ମଧ୍ୟ ଆପତି ଅଭିଯୋଗ ପ୍ରେରଣ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବ୍ୟବସ୍ଥା କରାଯାଇଛି । ଆପତି ଅଭିଯୋଗ ଗୁଡ଼ିକ ସାଧାରଣ ପର୍ଯ୍ୟବେକ୍ଷକ/ବ୍ୟୟ ପର୍ଯ୍ୟବେକ୍ଷକ/ଆରକ୍ଷୀ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଫୁଲବାଣୀ–୭୬୨୦୦୧ ଠିକଣାରେ ପ୍ରେରଣ କରାଯାଇପାରିବ ବୋଲି ଜିଲସନ ପକ୍ଷରୁ ସୂଚନା ଦିଆଯାଇଛି ।