ଚର୍ବିଯୁକ୍ତ ଖାଦ୍ୟରୁ ଅବସାଦ

ଚର୍ବିଯୁକ୍ତ ଖାଦ୍ୟରୁ ଅବସାଦ

ଚର୍ବିଯୁକ୍ତ ଖାଦ୍ୟରୁ ଅବସାଦ
ଖାଦ୍ୟରୁ ଥିବା ଚର୍ବି ରକ୍ତ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ପରିବର୍ତନ କରିପାରେ । ଯାହା ଅବସାଦ ପାଇଁ ଦାୟି ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡିଛି । ଏହା ପରେ ନୂଆ ଚିକିତ୍ସା ପଦ୍ଧତି ବିକାଶର ଅଧୟନର ପଥ ପରିଷ୍କାର ହୋଇପାରିବ ବୋଲି ଗବେଷକ ମାନେ କହିଛନ୍ତି । ଫୋସଫୋଡାଇଷ୍ଟେରେଜ ନାମକ ନିର୍ଦ୍ଦିଷ୍ଟ ଏନଜାଇମର ଅଭିବ୍ୟକ୍ତି ହ୍ରାସ କରାଯାଇପାରେ ବୋଲି ମଧ୍ୟ ଗବେଷକ ମାନେ ଜାଣିବାକୁ ପାଇଛନ୍ତି । ଖାଦ୍ୟ ଅଭ୍ୟାସ କିପରି ମାନସିକ ସ୍ୱାସ୍ଥ୍ୟ ସହ ସଂପୃକ୍ତ, ତାହା ଦର୍ଶାଇବା ପାଇଁ ଗ୍ଲାସଗୋ ୟୁନିଭରସିଟି ଗବେଷକ ମାନେ ମୂଷା ଉପରେ ପରୀକ୍ଷା କରିଥିଲେ । ଟ୍ରାନ୍ସଲେସନାଲ ସାଇକ୍ୟାଟ୍ରି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଫ୍ୟାଟି ଏସିଡି ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କକୁ ପ୍ରବାହ କରିବା ପରେ ଜମା ହୁଏ ଏବଂ ଅବସାଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ମସ୍ତିଷ୍କ ତରଙ୍ଗଗୁଡିକ ଉପରେ ପ୍ରଭାବ ପକାଏ । ମେଦ ବହୁଳତା ଓ ଅବସାଦ ସଂପର୍କ ବହୁ ପୁରୁଣା ବୋଲି ପୂର୍ବ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଚର୍ବି ଖାଦ୍ୟ ଆମକୁ ଭଲ ଲାଗେ କିନ୍ତୁ ଆମ ମୁଡ୍ ଉପରେ ନକରାତ୍ମକ ପ୍ରଭାବ ପକାଏ ବୋଲି ୟୁନିଭରସିଟି ଗବେଷକ ଜର୍ଜ ବେଲି କହିଛନ୍ତି ।