ଯୋଗ ପ୍ରୟୋଗ

ଯୋଗ ପ୍ରୟୋଗ

ଯୋଗ ପ୍ରୟୋଗ
ଗୋଡର ମାଂସପେଶୀ ଆରାମ ପାଇବ । ପାଦ ଗୋଡ ଏବଂ ଜଙ୍ଗ ମଣିଷର ଛିଡାହେବା ତଥା ଚାଲିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବଳାଗଣ୍ଠି, ଆଣ୍ଠୁ ଏବଂ ଜଙ୍ଗ ଅସ୍ଥିର ଯୋଡଇ ସ୍ଥାନ ସହିତ ମାଂସପେଶୀଗୁଡିକ ଉପରେ ଖୁବ ଚାପ ପଡେ । ତେଣୁ ଶରୀର ନିମ୍ନଭାଗ ଥିବା ଏହି ଗଣ୍ଠି ଓ ମାଂସପେଶୀ ସୁସ୍ଥ ରହିବା ଜରୁରୀ । ଏଥିପାଇଁ ବୀରାସନ ନାମକ ଏକ ଆସନ କରିବା ଲାଗି ପରାମର୍ଶ ଦିଆଯାଏ । ତେବେ ସମସ୍ତଙ୍କ ପାଇଁ ଏହା କରିବା ସହଜ ନୁହେଁ । ଏହି ସରଳ ଉପାୟ କରିପାରିଲେ ଗୋଡର ମାଂସପେଶୀ ସୁଦୃଢ ରହିବ । ଏହା ମଧ୍ୟ ଅନେକ ସମୟରେ ପେଣ୍ଡାରେ ହେଉଥିବା ଯନ୍ତ୍ରଣା କମାଇଥାଏ । - ଟାଣ ଫୋମ ବା ସ୍ପଞ୍ଜର ଦୁଇଟି ୮-୪ ଇଂଚ ଇଟା ନିଅନ୍ତୁ । - ତଳେ ଏକ ଲମ୍ବା ଚଟେଇ କିମ୍ବା ଚାଦର ବିଛାଇ ବସିପଡନ୍ତୁ । ଇଟା ଦୁଇଟି ପଛପଟେ ଗୋଟିଏ ପରି ରହୁଥିବ । - ଆଣଣ୍ଠୁ ଉପର ସଳଖ ଭାବେ ୯୦ ଡିଗ୍ରୀ ହୋଇ ରହୁଥିବା ଜରୁରୀ । - ନିତମ୍ବ ଇଟା ଉପରେ ରହୁଥିବା । - ଏବେ ଆଣ୍ଠୁ ଦୁଇଟି ପାଖାପାଖି ରହୁଥିବ - ଏବେ ଆଣ୍ଠୁ ଭାଙ୍ଗି ଇଟା ଉପରେ ନିତମ୍ବ ରଖି ବସିପଡିବେ । - ଧୀରେ ଶ୍ୱାସକ୍ରୀୟା ସହ ତିନିମିନିଟ ଏହି ଅବସ୍ଥାରେ ରହିବା ପରେ ଧୀରେ ଧୀରେ ଉଠିବେ ଏବଂ ପୁଣି ଦୁଇଗୋଡ ଆଗକୁ ଲମ୍ବାଇ ଆଣିବେ । - କିଛି ସମୟ ବିଶ୍ରାମ କରିବା ପରେ ଏହାର ପୁନରାବୃତି କରନ୍ତୁ ।