ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଅପରାଧୀଙ୍କ ଆଡ୍ଡା ପାଲଟିଗଲାଣି । । ଭୁବନେଶ୍ବର ଇନ୍ଦ୍ରଧନୁ ମାର୍କେଟର ମା ଗୌରି ସୁନା ଦେକାନରୁ ସୁନା ଚୋରି ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସୁନା ଦୋକାନୀର ମାଲିକ ଗହଣା ଏକ ଆଟାଜରେ ଭର୍ତ୍ତି ଦୋକାନ ଆଗରେ ରଖି ଦୋକାନ ବନ୍ଦ କରୁଥିଲେ । ସେହି ସମୟରେ ହଠାତ୍ ଜଣେ ଯୁବକ ବ୍ୟାଗକୁ ଉଠାଇ ନେଇଥିଲେ । ଏନେଇ ଦୋକାନୀ ମାଲିକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଯାଂଚ ପରେ ଲୁଟ ସମୟର ଭିଡିଓ ମିଳିଥିବା ସୂଚନା ମିଳିଛି । ଏହି ଭିଡିଓକୁ ନେଇ ପୋଲିସ ଦୁବୃର୍ତଙ୍କୁ ଖୋଜିବା ପାଇଁ ଛାନଭିନ ଆରମ୍ଭ କରିଛି ।