ଜାଣନ୍ତୁ କ’ଣ କଲେ ଦେବାକୁ ପଡିବନି ମୋଟା ଅଙ୍କର ଫାଇନ ।

ଜାଣନ୍ତୁ କ’ଣ କଲେ ଦେବାକୁ ପଡିବନି ମୋଟା ଅଙ୍କର ଫାଇନ ।

ଜାଣନ୍ତୁ କ’ଣ କଲେ ଦେବାକୁ ପଡିବନି ମୋଟା ଅଙ୍କର ଫାଇନ ।
ନାକେଦମ କରିଛି ଟ୍ରାଫିକ ନିୟମ । ଦୁଇଦିନ ହେବ ଟ୍ରାଫିକର ନୂଆ ନିୟମ ଅନୁସାରେ ବହୁ ଲୋକ ହନ୍ତସନ୍ତ ହେଲେଣି । ଟ୍ରାଫିକ ପୋଲିସ ଓ ଆରଟିଓ ବିଭାଗର ଛକ କୁ ଛକ ପହରା ସହିତ ସବୁ ସ୍ଥାନରେ ତୁହା କୁ ତୁହା ଚେକିଂ କବଳରୁ ନିସ୍ତାର ପାଉନାହାନ୍ତି ଲୋକେ । ଯେଉଁଥିପାଇଁ ସାଧାରଣ ଲୋକେ ସାମ୍ନା କରୁଛନ୍ତି ଅନେକ ଅସୁବିଧା । କିଏ ବିନା ହେଲମେଂଟରେ ଧରାପଡୁଛି ତ ଆଉ କିଏ ମଦ ପିଇ, ପୁଣି କେଉଁଠି ନାବାଳକ । ଏସବୁ କାରଣରୁ ସମସ୍ତଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଟଙ୍କା । କ’ଣ ଆପଣ ସେହି ଫାଇନ ଦେବା କବଳରୁ ବଂଚିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ କ’ଣ କଲେ ଦେବାକୁ ପଡିବନି ଫାଇନ । ଘରୁ ବାହାରିଲା ବେଳେ ପ୍ରଥମେ ନିଜ ସେଫ୍ଟି ପାଇଁ ମୁଣ୍ଡରେ ହେଲମେଟ ଲଗାଇବେ । ପାଖରେ ଗାଡିର ସମସ୍ତ ଡକ୍ୟୁମେଂଟ ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ, ପଲ୍ୟୁସନ, ଆରସି ବୁକ୍ ସହିତ ନିଶାଶକ୍ତ ନହେଲେ, ଆଉ ରଙ୍ଗ ରୁଟରେ ନଗଲେ ଆପଣ ଟ୍ରାଫିକରେ ଫାଇନ୍ ଦେବା କବଳରୁ ବଂଚିଯିବେ । ଆଉ ସରକାରଙ୍କର ଏହି ଜନହୀତ କାରୀ ଟ୍ରାଫିକ ନିୟମ ସହିତ ଜଡିତ ହୋଇ ରହିଲେ, ସମସ୍ତେ ସୁସ୍ଥ ଓ ନରାପଦ ହୋଇ ରହିବେ । ଏବଂ ଦୁର୍ଘଟଣାରୁ ବଂଚିଯିବେ ।