କେଶ ସଜ୍ଜା ପାଇଁ ପନ୍ଦର ଲକ୍ଷ ଖର୍ଚ୍ଚ !

କେଶ ସଜ୍ଜା ପାଇଁ ପନ୍ଦର ଲକ୍ଷ ଖର୍ଚ୍ଚ !

କେଶ ସଜ୍ଜା ପାଇଁ ପନ୍ଦର ଲକ୍ଷ ଖର୍ଚ୍ଚ !
ଇଂଲଣ୍ଡର ନାପିତମାନେ ସାଧାରଣ କେଶ ସଜ୍ଜା ପାଇଁ ଦଶ ପାଉଣ୍ଡ ନିଅନ୍ତି । ତେବେ, ସେଠାକାର ମେଫେୟାର ଅନ୍ତର୍ଗତ ଡୋରବେଷ୍ଟର ହୋଟେଲରେ ସାଲୁନ ଚଳାଉଥିବା କେନ ମୋଡିଷ୍ଟୁ ଏକକ କେଶ-ସଜ୍ଜା ବାବଦକୁ ଭାରତୀୟ ମୁଦ୍ରାରେ ପାଉଛନ୍ତି ପ୍ରାୟ ପନ୍ଦର ଲକ୍ଷ ଟଙ୍କା । ବ୍ରୁନେଇର ସୁଲତାନଙ୍କ ସୌଜନ୍ୟରୁ ସେ ଏହି ପରିମାଣର ଅର୍ଥ ରୋଜଗାର କରୁଛନ୍ତି । କେନ ଷୋହଳ ବର୍ଷ ହେଲା ସୁଲତାନଙ୍କ କେଶ କାଟୁଛନ୍ତି । ଏଥିପାଇଁ ତିନି-ଚାରି ସପ୍ତାହରେ ତାଙ୍କୁ ବ୍ରୁନେଇ ଆସିବାକୁ ପଡ଼େ । ସେ ବିମାନରେ ପ୍ରଥମ ଶ୍ରେଣୀରେ ଆସନ୍ତି । ରହନ୍ତି ରାଜକୀୟ ପ୍ରାସାଦରେ । ତାଙ୍କର ସମସ୍ତ ଖର୍ଚ୍ଚ କରନ୍ତି ସୁଲତାନ ।