ଯାଂଚ ସରିଲା, ଲୋକସଭା ପାଇଁ ୫, ଫୁଲବାଣୀ ବିଧାନସଭା ପାଇଁ ୧୧ ପ୍ରାର୍ଥୀପତ୍ର କାଏମ

ଯାଂଚ ସରିଲା, ଲୋକସଭା ପାଇଁ ୫, ଫୁଲବାଣୀ ବିଧାନସଭା ପାଇଁ ୧୧ ପ୍ରାର୍ଥୀପତ୍ର କାଏମ

ଯାଂଚ ସରିଲା, ଲୋକସଭା ପାଇଁ ୫, ଫୁଲବାଣୀ ବିଧାନସଭା ପାଇଁ ୧୧ ପ୍ରାର୍ଥୀପତ୍ର କାଏମ
କନ୍ଧମାଳ: ନିର୍ଦ୍ଧାରିତ ସୂଚୀ ପ୍ରକାରେ କନ୍ଧମାଳ ଲୋକସଭା ଆସନ ସମେତ ଫୁଲବାଣୀ, ବାଲିଗୁଡା ଓ ଜି ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି । ଲୋକସଭା ଆସନ ପାଇଁ ନିର୍ବାାଚନ ଅଧିକାରୀ ତଥା କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଯାଂଚ ପରେ ଏହି ଆସନ ପାଇଁ ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ୩ଜଣଙ୍କ ନାମାଙ୍କନ ନାକଚ ହୋଇଯାଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସବିଶେଷ ସୂଚନା ଅନୁଯାୟୀ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ,ବହୁଜନ ସମାଜ ପାର୍ଟିର ଅମୀର ନାୟକ,ସିପିଆଇ-ରେଡଷ୍ଟାର ପାର୍ଟିର ଟୁନା ମଲିକ, ଜାତୀୟ କଂଗ୍ରେସର ମନୋଜ ଆଚାର୍ଯ୍ୟ ଓ ବିଜେପି ପ୍ରାର୍ଥୀ ମହାମେଘ ବାହନ ଐର ଖାରେବେଳ ସ୍ୱାଇଁଙ୍କ ପ୍ରାର୍ଥୀପତ୍ର ଯାଂଚ ପରେ କାଏମ ରହିଛି । ସେହିପରି ତୃଣମୂଳ କଂଗ୍ରେସର ମୃତ୍ୟୁଂଜୟ ନାୟକ,ଜୟପ୍ରକାଶ ଜନତା ଦଳର ପଦ୍ମ ଲୋଚନ ସିଂ ଓ ହିନ୍ଦୁସ୍ଥାନ ନିର୍ମାଣ ଦଳର ବ୍ରହ୍ମଚାରୀ ମାଧବ ଚୈତନ୍ୟଙ୍କ ନାମାଙ୍କନ ବିଭିନ୍ନ କାରଣରୁ ନାକଚ ହୋଇଯାଇଛି । ସୂଚନାଯାଗ୍ୟ, କନ୍ଧମାଳ ଲୋକସଭା ଆସନ ପାଇଁ ସମୂଦାୟ ୮ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାଂଚ ପରେ ଏବେ ୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି । ୨୯ ତାରିଖ ପ୍ରାର୍ଥୀପତ୍ର ପ୍ରାତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ଫୁଲବାଣୀ ବିଧାନସଭା(ସଂ) ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୨ ଜଣଙ୍କ ମଧ୍ୟରୁ ବିଜୁ ଜନତା ଦଳ ପ୍ରାର୍ଥୀ(ଡମି)ଜୟଶ୍ରୀ କହଁରଙ୍କ ନାମାଙ୍କନ ନାକଚ ହେବାରୁ ଏହି ଆସନ ପାଇଁ ଯାଂଚ ପରେ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଠେଇରେ ରହିଛନ୍ତି । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟ।।ହାର ସରିବା ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।