ପିଲାଙ୍କ ସକାଳ ଖାଇବାରେ ଦିଅନ୍ତୁ ଦହି ପରଟା ।

ପିଲାଙ୍କ ସକାଳ ଖାଇବାରେ ଦିଅନ୍ତୁ ଦହି ପରଟା ।

ପିଲାଙ୍କ ସକାଳ ଖାଇବାରେ ଦିଅନ୍ତୁ ଦହି ପରଟା ।
ଛୋଟବେଳୁ ହିଁ ପିଲାଙ୍କ ଖାଦ୍ୟପାନୀୟ ବାବଦକୁ ନେଇ ଯତ୍ନବାନ ରହିଲେ ସେମାନଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଦିଲ୍ଲୀ ସ୍ଥିତ ଜଣାଶୁଣା ଖାଦ୍ୟ ବିଶେଷଜ୍ଞ ରାଖି ପଟେଲଙ୍କ ମତରେ ପିଲାଙ୍କୁ ବୁଝାଇ ସୁଝାଇ ଖୁଆଇବା କାଠିକର କାମ । ଏହା ସହ ସେମାନଙ୍କୁ ଉତ୍ତମ ଭାବେ ପ୍ରୋଟିନ ମିଳିବା ଜରୁରୀ ବୋଲି ମା ମାନେ ପିଲାଙ୍କ ଖାଇବାକୁ ନେଈ ବ୍ୟସ୍ତ ହୋଇଥାନ୍ତି । ପିଲାର କେଉଁ ଖାଦ୍ୟରେ ରୁଚି, ସେ ବାବଦରେ ଜାଣିବା ପରେ ଖାଦ୍ୟ ତାଲିକା ପ୍ରସ୍ତୁତ କରିଦେବା ଉଚିତ । ୪ ବର୍ଷ ପରେ ପିଲାଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଅଳ୍ପ ପରିମାଣରେ ଦହି ଦେବାର ଅଭ୍ୟାସ କରନ୍ତୁ । ଥଣ୍ଡା, ସର୍ଦ୍ଦି ହେବାର ଭୟ ଥିଲେ ଆପଣ ପରଟାରେ ଦହିକୁ ଉପଯୋଗ କରିବେ । ପ୍ରସ୍ତୁତି ପ୍ରଣାଳୀ: ଅଟା ୨ କପ, ଦହି ୨ ବଡ଼ଚାମଚ, ପାନମହୁରି ୧ ଛୋଟ ଚାମଚ, ଲୁଣ, ଚିନି ଆବଶ୍ୟକ ଅନୁସାରେ, ଧନିଆ ପାତ୍ର ଚୁନାଚୁନା କଟା । ଏ ସମସ୍ତ ସାମଗ୍ରୀକୁ ମିଶାଇ ଅଟାକୁ ଚକଟି ୫ ମିନିଟ ଘୋଡ଼ାଇ ରଖିଦେବ । ପରେ ତାୱାକୁ ଚୁଲାରେ ବସାଇ ଗରମାଗରମ ଦହି ପରଟା ପ୍ରସ୍ତୁତ କରନ୍ତୁ । ପିଲାଙ୍କୁ ଆପଣ ଏହି ଖାଦ୍ୟ ସକାଳେ ଜଳଖିଆରେ ଦେଇପାରିବେ, ନଚେତ ରାତ୍ରି ଭୋଜନରେ ମଧ୍ୟ ପରଷନ୍ତୁ । ଦହି ପରଟା ସପ୍ତାହରେ ୨-୩ ଥର ଖାଇଲେ ସେମାନଙ୍କ ଶରୀରକୁ ଆବଶ୍ୟକ ପୋଷକତତ୍ୱ ମିଳିବା ସହ ପେଟ ସମସ୍ୟା ଦୂର ହୋଇଥାଏ ।