ରିଙ୍କଲ୍ସ ଦୂର କରିବ ନଡିଆ ତେଲ

ରିଙ୍କଲ୍ସ ଦୂର କରିବ ନଡିଆ ତେଲ

ରିଙ୍କଲ୍ସ ଦୂର କରିବ ନଡିଆ ତେଲ
ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ୟ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକେ ଡାକ୍ତରଙ୍କ ସହାୟତା ନେଇଥାନ୍ତି । ତେବେ କମ୍ ଖର୍ଚ୍ଚରେ ମଧ୍ୟ ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଗୋଟିଏ ଚାମଚ ଦହି ସହ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ ୨୦ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ତ୍ୱଚା ସଫା ହୋଇଯାଇଥାଏ । ଗୋଟିଏ ଚାମଚ ନଡିଆ ତେଲରେ ଗୋଟିଏ ଚୁଟକି ହଳଦି ପାଉଡର ମିଶାନ୍ତୁ । ଏହି ମିଶ୍ରଣକୁ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ମୁହଁର ମାଲିସ କରନ୍ତୁ । ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ହାଇଡ୍ରେଟ ହେବା ସହ ରିଙ୍କଲ୍ସ ଦୂର ହୋଇଥାଏ ।