ଈଶାଙ୍କୁ ପୋଷ୍ଟପାର୍ଟମ ଡିପ୍ରେସନ

ଈଶାଙ୍କୁ ପୋଷ୍ଟପାର୍ଟମ ଡିପ୍ରେସନ

ଈଶାଙ୍କୁ ପୋଷ୍ଟପାର୍ଟମ ଡିପ୍ରେସନ
ଅଭିନେତ୍ରୀ ଈଶା ଦେଓଲ ଏବେ ନିଜ ନୂଆ ବହି ‘ଅମ୍ମା ମିଆ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ପଦକ୍ଷେପ ପାଇଁ ମା’ହେମା ଓ ବାପା ଧର୍ମେନ୍ଦ୍ର ଖୁବ ଖୁସି । ୨ ଝିଅ ରାଧ୍ୟା ଓ ମିରେୟାଙ୍କୁ ନେଇ ତାଙ୍କ ହସ ଖୁସିର ସଂସାର । ନିକଟରେ ଏକ ସାକ୍ଷାତକାରରେ ଈଶା ସନ୍ତାନ ପ୍ରସବ ପରେ ତାଙ୍କ ରୋଗ ବିଷୟରେ କହିଛନ୍ତି । ସାନ ଝିଅ ମିରେୟାର ଜନ୍ମ ପରେ ଈଶା ଅଧିକାଂଶ ସମୟ କାନ୍ଦୁଥିଲେ । ସେ ନିଜେ ମଧ୍ୟ ଏହାର କାରଣ ଜାଣିପାରୁନଥିଲେ । ସ୍ୱାମୀ ଭରତ ତଖରାନି ଯେତେବେଳେ ଈଶାକୁ ପଚାରନ୍ତି ତୁମେ କାନ୍ଦୁଛ କାହିଁକି ଇଶା ଉତ୍ତର ଦେଇପାରନ୍ତିନି । ଆଖିରୁ ତାଙ୍କ ଅଜାଣତରେ ଲୁହ ବାହାରୁଛି ବୋଲି ସେ ସମସ୍ତଙ୍କୁ କହିଲେ । ଝିଅର ଏଭଳି ସ୍ଥିତି ମା’ହେମାମାଳିନୀ ଦେଖିବା ପରେ ବ୍ୟସ୍ତ ହୋଇଗଲେ । ନିଜକୁ କାମକୁ ପଛରେ ରଖି ପ୍ରଥମେ ସେ ଈଶାକୁ ନେଇ ଡାକ୍ତରଙ୍କ ସହ ଯୋଗାଯୋଗ ଆରମ୍ଭ କଲେ । ରକ୍ତ ପରୀକ୍ଷାରୁ ଜଣାପଡ଼ିଥିଲା, ଈଶା ପୋଷ୍ଟପାର୍ଟମ ଡିପ୍ରେସନ’ ରେ ଆକ୍ରାନ୍ତ । ୧ ମାସ ଚିକିତ୍ସା ପରେ ସେ ପୁଣି ସ୍ୱାଭାବିକ ହୋଇଥିଲେ । ରୋଗର ଯଥା ସମୟରେ ଚିକିତ୍ସା ହୋଇନଥିଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବାର ଭୟ ଥିଲା ବୋଲି ଡାକ୍ତର ଈଶାଙ୍କୁ କହିଛନ୍ତି । ଖୁବ୍‍ ଶୀଘ୍ର ଏକ ୱେବସିରିଜରେ ସେ ଦେଖାଦେବେ ବୋଲି ସ୍ପଷ୍ଟ ହୋଇଛି ।