ଏବେ କାରରେ ମଧ୍ୟ ଆରାମରେ ଶୋଇପାରିବେ, କେମିତି ଜାଣନ୍ତୁ ।

ଏବେ କାରରେ ମଧ୍ୟ ଆରାମରେ ଶୋଇପାରିବେ, କେମିତି ଜାଣନ୍ତୁ ।

ଏବେ କାରରେ ମଧ୍ୟ ଆରାମରେ ଶୋଇପାରିବେ, କେମିତି ଜାଣନ୍ତୁ ।
କେତେଜଣ ଲୋକଙ୍କୁ କାମ ନିମନ୍ତେ କାରରେ ଲମ୍ବା ଯାତ୍ରା କରିବାକୁ ପଡ଼େ । ସବୁ ସମୟରେ ଏହା ଆଦୌ ସମ୍ଭବପର ନୁହେଁ ଯେ ଜଣେ ବ୍ୟକ୍ତି ହୋଟେଲରେ ରହିପାରି, କାରଣ ଏଥିପାଇଁ ଖର୍ଚ୍ଚ ଅଧିକ ହୁଏ । ଯାତ୍ରା ସମୟରେ ବିଭିନ୍ନ ପ୍ରକାର ଅସୁବିଧାରୁ ବର୍ତ୍ତିବା ନିମନ୍ତେ ଇଉରୋପୀୟ କମ୍ପାନୀ ଉଚ୍ଚକ୍ଷମତାସମ୍ପନ୍ନ କାର୍‍ ମ୍ୟାଟ୍ରେସ ତିଆରି କରିଛି । ଆପଣ କାରର ପଛପାଖ ସିଟରେ ଏହାକୁ ଖୋଲିପାରିବେ । ମାତ୍ରଗୋଟିଏ ସୁଇଚ ଟିପିଲେ ହିଁ ତାହା ଆପେ ଆପେ ଖୋଲିଯାଏ । ମ୍ୟାଟ୍ରେସ ସହ ଏକ ଛୋଟ ପମ୍ପ ଥିବା ବେଳେ ତାହା ସହାୟତାରେ ମ୍ୟାଟ୍ରେସକୁ ଆବଶ୍ୟକତା ଅନୁଯାୟୀ ଫୁଲାଇ ପାରିବେ । ମ୍ୟାଟ୍ରେସ ଖୋଲିବା ପାଇଁ ୨ ମିନିଟରୁ କମ ସମୟ ଲାଗୁଥିବା ବେଳେ ଏହାକୁ ବନ୍ଦ ମଧ୍ୟ ତତ୍‍କ୍ଷଣାତ କରିହେବ । ମ୍ୟାଟ୍ରେସରେ ଆଲାର୍ମ ସୁବିଧା ଥିବା ବେଳେ ତାହା ୱାଟର ପ୍ରୁଫ୍‍ । ଏହି ମ୍ୟାଟ୍ରେସର ମୂଲ୍ୟ ୨୭ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ବିଦେଶୀ ରାଷ୍ଟ୍ରରେ ଅନ ଲାଇନରେ ଏହାର ବିକ୍ରି ଆରମ୍ଭ ହୋଇଗଲାଣି ।