ସକାଳୁ ପିଅନ୍ତୁ ତ୍ରିଫଳା ପାଣି, ପାଇବେ ଉତ୍ତମ ସ୍ୱାସ୍ଥ୍ୟ

ସକାଳୁ ପିଅନ୍ତୁ ତ୍ରିଫଳା ପାଣି, ପାଇବେ ଉତ୍ତମ ସ୍ୱାସ୍ଥ୍ୟ

ସକାଳୁ ପିଅନ୍ତୁ ତ୍ରିଫଳା ପାଣି, ପାଇବେ ଉତ୍ତମ ସ୍ୱାସ୍ଥ୍ୟ
ତ୍ରିଫଳା ନାଁ ରେ ଜଣାଶୁଣା ହରିଡା, ବାହାଡା, ଅଁଳା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସାଧାରଣତଃ ଏହାକୁ କବକଜ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ସହିତ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୂଣ ରହିଥାଏ । -ଓଜନ ହ୍ରାସ: ମୋଟାପଣ ଯୋଗୁଁ ଚିନ୍ତିତ ଥିଲେ ସକାଳୁ ତ୍ରିଫଳା ପାଣି ପିଅନ୍ତୁ । ଏହି ପାଣି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜମ ଭଲ ରହିଥାଏ ଓ ଏହା ଓଜନକୁ ନିୟନ୍ତ୍ରଣ ରଖିବାେରେ ସାହାଯ୍ୟ କରିଥାଏ । -ଇମୁ୍ୟନିଟି ବଢାଏ: ତ୍ରିଫଳା ପାଣି ଇମୁ୍ୟନିଟି ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଇମୁ୍ୟନିଟି ବୁଷ୍ଟିଙ୍ଗ ଗୁଣ ରହିଛି । ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହେଲେ ତ୍ରିଫଳା ପାରି ଉପଶମ ପ୍ରଦାନ କରିଥାଏ । - ଏହି ପାଣି ପିଇବା ଦ୍ୱାରା ଅଖିକୁ ସବୁଠୁ ଅଧିକ ଫାଇଦା ମିଳିଥାଏ । ସମସ୍ତ ପ୍ରକାର ଆଖି ଜନିତ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏହାକୁ ଆଇଟନିକ ବି କୁହାଯାଏ । - ଏହି ତ୍ରିଫଳା ପାଣିକୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ରହିଥାଏ । ଏହା ଦ୍ୱାରା କବ୍ଚ ସମସ୍ୟା ରହିନଥାଏ । ଏହା ଶରୀରରେ ଜମା ହୋଇଥିବା ଟକ୍ସିସକୁ ବାହାର କରି ଦେଇଥାଏ । ପ୍ରସ୍ତୁତି: ଏକ ଗ୍ଲାସ ଗରମ ପାଣିରେ ୧ ଛୋଟ ଚାମଚ ତ୍ରିଫଳା ପାଉଡର, ୧ ଛୋଟ ଚାମଚ ଲେମ୍ବୁ ରସ, ୧ବଡ ଚାମଚ ମହୁକୁ ଭଲ ଭବେ ମିଶାଇ ପିଅନ୍ତୁ ।