ସବୁଠାରୁ ବଡ଼ ସୁନା ଇଟା

ସବୁଠାରୁ ବଡ଼ ସୁନା ଇଟା

ସବୁଠାରୁ ବଡ଼ ସୁନା ଇଟା
ସୁନାର ଦର ଅଳ୍ପ କିଛି ବର୍ଷ ମଧ୍ୟରେ ୧୫୦ ପ୍ରତିଶତ ବଢ଼ିଛି । ଏହାର ମୁଖ୍ୟ କାରଣ ବିଭିନ୍ନ ଖଣିରୁ ସୁନା ଉତ୍ତୋଳନ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ୨୦୦୧ ରୁ ଇତି ମଧ୍ୟରେ ଏହା ପ୍ରାୟ ୮ ପ୍ରତିଶତ କମିଲାଣି । ମଣିଷ ଲୌହ ଯୁଗରୁ ସୁନା ସହ ପରିଚିତ । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ହିଁ ଥିଲା ସବୁଠାରୁ ମୂଲ୍ୟବାନ ଧାତୁ । ମଣିଷ ଅଦ୍ୟାବଧି ବିଭିନ୍ନ ଖଣିରୁ ୧,୬୧,୦୦୦ ଟନ ସୁନା ପାଇଲାଣି । ଏହାର ଅର୍ଦ୍ଧେକ ବାହାରିଛି । ଗଲା ପଚାଶ ବର୍ଷ ଭିତରେ ବିଶ୍ୱର ବୃହତ୍ତମ ସୁନା ଇଟାର ଓଜନ ୨୨୦ କିଲୋଗ୍ରାମ । ତାଇୱାନର ତାଇପେଇ କଣ୍ଟ୍ରିର ରୁଇପାଙ୍ଗସ୍ଥିତ ଜିନଗୁଆସି ସୁନା ସଂଗ୍ରହାଳୟରେ ସେଇଟି କଡ଼ା ନିରାପତ୍ତା ମଧ୍ୟରେ ପ୍ରଦର୍ଶିତ ହେଉଛି ।