ଛନ୍ଦାଛନ୍ଦି ହୋଇଥିବା ରେଳ ଲାଇନ୍

ଛନ୍ଦାଛନ୍ଦି ହୋଇଥିବା ରେଳ ଲାଇନ୍

ଛନ୍ଦାଛନ୍ଦି ହୋଇଥିବା ରେଳ ଲାଇନ୍
ଏମିତି ଏକ ରେଳ ଲାଇନ୍ ଅଛି ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଘାବରେଇ ଯିବ । ଏହି ରେଳ ଲାଇନ୍ ଜର୍ମାନର ଫ୍ରାର୍କଫର୍ଟଠାରେ ବିଶ୍ୱର ସବୁଠାରୁ ଜଟିଳ ରେଲୱେ ଲାଇନ୍ ରହିଛି । ଏହି ରେଲୱେ ଲାଇନର ସବୁଠାରୁ ବଡ ବିଶେଷତ୍ୱ ହେଲା ବହୁ ରେଲୱେ ଲାଇନ୍ ଛନ୍ଦାଛନ୍ଦି ହୋଇ ବିଛାଇ ହେବାସତ୍ୱେ ଏଠାରେ କୌଣସି ଦୁର୍ଘଟଣା ଘଟିବାର ନାହିଁ । ଏଠାକାର ସମସ୍ତ ସିଗନାଲରେ ନୂଆ କୌଶଳର ବ୍ୟବହାର ହୋଇଛି । କେବଳ ସେତିକି ନୁହେଁ, ଏଠାରେ ବୁଲେଟ ଟ୍ରେନ୍ ଭଳି ତୀବ୍ରବେଗରେ ଯାତାୟତ କରୁଥିବା ଟ୍ରେନ ପାଇଁ ମଧ୍ୟ ରେଲୱେ କ୍ରସିଂ ବା ଫାଟକର ଆବଶ୍ୟକତା ନାହିଁ । ଦୁନିଆର ସମସ୍ତ ଆଧୁନିକ କୌଶଳ ଏହି ରେଲୱେ ଷ୍ଟେସନରେ ଉପଲବ୍ଧ । ତେଣୁ ବହୁ ଲୋକ ଏଠାରୁ ଟ୍ରେନରେ ଯାତାୟତକୁ ପସନ୍ଦ କରିଥାନ୍ତି । ପ୍ରାୟସମୟ ଦେଖାଯାଏ, ଏଠାକାର ଲୋକେ ବସ୍ ପରିବର୍ତେ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି । କାରଣ, ଆଧୁନିକ ତଥା ସୁନ୍ଦର ହୋଇଥିବାରୁ ଏଠାକାର ପ୍ରାୟ ୯୦ପ୍ରତିଶତ ଲୋକ ଟ୍ରେନଯାତ୍ରାକୁ ପସନ୍ଦ କରିଥାନ୍ତି ।