ବିଜେଡିର ରାଜ୍ୟସଭା ପ୍ରାର୍ଥୀ ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ।
ଭୁବନେଶ୍ୱର: ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ସୁବାସ ସିଂ: ସୁବାସ ସିଂ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିଲେ । ଜଣେ ଶ୍ରମିକ ନେତାଭାବେ ତାଙ୍କର ରାଜ୍ୟରେ ବେଶ ଖ୍ୟାତି ରହିଥିବାବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ମଧ୍ୟ ଜଡ଼ିତ ଅଛନ୍ତି । ମୁନା ଖାଁ: ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟାଭାବେ ମୁନା ଖାଁ କାର୍ଯ୍ୟ କରୁଛନ୍ତି । ଜଣେ ସଂଖ୍ୟାଲଘୁ ନେତା, ଅଭିନେତା ଓ ସାମାଜିକ କର୍ମୀଭାବେ ତାଙ୍କର ଖ୍ୟାତି ରହିଛି । ସୁଜିତ କୁମାର: ସୁଜିତ କୁମାର ହେଉଛନ୍ତି ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ଏମବିଏ କରିଥିବାବେଳେ ହାବାର୍ଡ ବିଶ୍ୱବିଦ୍ୟାଳୟରୁ ସେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଏମଏ କରିଛନ୍ତି । ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ସେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟ ବୁଝୁଥିଲେ । ମମତା ମହନ୍ତ: ମମତା ମହନ୍ତ ମୟୂରଭଞ୍ଜ ଜିଲ୍ଲାରେ ଦଳର ସାଂଗଠନକି କାର୍ଯ୍ୟ ବୁଝୁଥିବାବେଳେ ମହିଳା ସଶକ୍ତିକରଣ ଉପରେ ବହୁ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟଯେ, ୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ବିଜେଡ଼ିର ୪ ଆସନ ପାଇଁ ସଂଖ୍ୟା ନଥିଲେ ହେଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଯାବତ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇନଥିବାବେଳେ ବିଜେପି ମଧ୍ୟ ବିଜେଡ଼ିକୁ ସମର୍ଥନ କରିବ ବୋଲି ଜାଣିବାକୁ ମିଳିଛି । ରାଜ୍ୟସଭା ଦୌଡ଼ରେ ବିଜେଡିର ବହୁ ବରିଷ୍ଠ ନେତା ରହିଥିଲେ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପୂର୍ବରୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ତେଣୁ ଏହି ଦୁଇ ନେତା ବହୁ ଆଶାବାନ୍ଧି ବସିଥିଲେ । ଏମାନଙ୍କ ବ୍ୟତୀତ ରାସେଶ୍ୱରୀ ପାଣିଗ୍ରାହୀ, ଦେବାଶିଷ ସାମନ୍ତରାୟ, ଶ୍ରୀମୟୀ ମିଶ୍ର, ସଞ୍ଜୟ ଦାସବର୍ମାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ସଞ୍ଜୟଙ୍କୁ ଯୋଜନାବୋର୍ଡ ଉପାଧ୍ୟକ୍ଷ କରାଯିବା ପରେ ସେ ରାଜ୍ୟସଭାକୁ ଯିବେ ନାହିିଁ ବୋଲି ସ୍ପଷ୍ଟ ହୋଇଥିଲା । ଏତଦବ୍ୟତୀତ ପରାଜିତ ନେତାଙ୍କୁ ରାଜ୍ୟସଭା ବାଟରେ ଥଇଥାନ କରିବାକୁ ନବୀନ ଉଦ୍ୟମ କରିବେ ନାହିଁ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ସତ ସାବ୍ୟସ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ୧୭ଟି ରାଜ୍ୟର ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠି ହେବ । ଏନେଇ ଶୁକ୍ରବାର ଭାରତର ନିର୍ବାଚନ କମିସନ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେହି ଅନୁଯାୟୀ ଗତକାଲି ଓଡ଼ିଶାର ୪ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।