ସମୁଦ୍ର କାକୁଡି
ସମୁଦ୍ର କାକୁଡି
admin
May 2, 2019 - 10:22
Updated: May 2, 2019 - 10:22
ସମୁଦ୍ର କାକୁଡି ନାଁ ଟା ଶୁଣିବାକୁ ଲାଗୁଛି ଯେମିତି ସମୁଦ୍ରରେ ଏକ ପ୍ରକାର କାକୁଡି ହୁଏ କିନ୍ତୁ ସମୁଦ୍ରରେ କୌଣସି ପ୍ରକାର କାକୁଡି ହୁଏ ନାହିଁ । ଏହା ଏକ ସାମୁଦୀକ ଜୀବ । ଏହାର ଇଂରାଜୀ ନାମ ହେଲା sea cucumber ଏହି ଜୀବଟିର ଗଠନ ଠିକ ଆମେ ଖାଉଥିବା କାକୁଡି ପରି । ଏମାନଙ୍କୁ ଅମେରୁଦଣ୍ଡୀ ପ୍ରାଣୀ ହିସାବରେ ଗଣାଯାଏ ଓ ଏମାନେ ହଲୋଥୁରିଡାଇ ଶ୍ରେଣୀରେ ଅନ୍ତର୍ଭୁକ୍ତ । ଭାରତରେ ମିଳୁଥିବା ସବୁଠାରୁ ଲୋକପ୍ରିୟ ସମୁଦ୍ର କାକୁଡିର ବୈଜ୍ଞାନିକ ନାମ ହେଲା ହଲୋଥୁରିଆ ସ୍କାବ୍ରା । ଏହାର ଶରୀର ଲମ୍ବ, ନିଦା ନଳି ପରି ଓ ଆଗ ପଛ କାକୁଡି ପରି ମୁଣ୍ଡିଆ ମୁଣ୍ଡ ପଟେ ପାଟି ତଳପଟକୁ ଥାଏ ଓ ଏହା ୨୦ ଟି ନିଶର ବଳୟ ଭିତରେ ରହିଥାଏ । ଦେହର ପିଠିପଟ ବର୍ହିବର୍ତୁଳ ଓ ପେଟପଟ ସମାନ ଥାଏ । ଦେହର ଲମ୍ବା ୧୦ ରୁ ୪୦୦ ମିଲିମିଟର ଓ ଓଜନ ୨୫ ରୁ ୨୦୦୦ ଗ୍ରାମ ଭିତରେ ସୀମିତ ଥାଏ । ଜୀବନ୍ତ ଅବସ୍ଥା ଅବସ୍ଥାରେ ଏମାନଙ୍କର ପିଠିର ରଙ୍ଗ ବାଦାମି ଓ କଳା । ପେଟପଟ ଧଳା ଦେଖାଯାଏ । କେତେକ ଛୋଟ ପ୍ରକାର ସମୁଦ୍ର କାକୁଡି ଦେଖିବାକୁ ପୂରା କଳାରଙ୍ଗର ।
ଆଉ କେତେକ ଅଛନ୍ତି ସେମାନଙ୍କର ପିଠି ପଟରେ ହଳଦିଆ କିମ୍ବା ଧଳା ରଙ୍ଗର ପଟାପଟା ଦାଗ ଥାଏ । ଏବେ ଜାଣିବା ଏମାନେ ଭାରି ଅଳସୁଆ ଜୀବ । ଏପରିକି ବହୁ ସମୟରେ ସମୁଦ୍ରର କାଦୁଆ କିମ୍ବା ବାଲି ଶଯ୍ୟାରେ ପୋତିହୋଇ ରହିଥାନ୍ତି । ଦେହର ମାଂସପେଶୀର କ୍ରମାଗତ ସଂକୋଚନ ପ୍ରସାରଣ ଦ୍ୱାରା ଧୀରେ ଧୀରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିଥାନ୍ତି । ଛୋଟ ଥିବାାବେଳେ ଏମାନେ କମ ଗଭୀର ଓ କମ ଲବଣାକ୍ତ ଜଳରେ ରହିବାକୁ ଭଲ ପାଆନ୍ତି । ସମୁଦ୍ରର ଜୁଆର କମ ଥିବାବେଳେ ଏମାନେ ମାଟିରେ ଅଧା ପୋତି ହୋଇ ରହିଥାନ୍ତି । ବେଳେବେଳେ ମଧ୍ୟ ଏମାନେ ସମୁଦ୍ରର ଖୋଲା ଶଯ୍ୟାରେ ଶୋଇ ରହିଥାନ୍ତି । ସମୁଦ୍ର ଶଯ୍ୟାରେ ପଚାସଢା ଜିନିଷ ପାଇଲେ ଏମାନେ ଖାଇବାକୁ ଭଲ ପାଆନ୍ତ । କୌଣସି କାରଣରୁ ଯଦି ଏମାନଙ୍କ ଦେହ ଦୁଇଖଣ୍ଡ ହୋଇଯାଏ ତେବେ ଏମାନେ ପ୍ରତ୍ୟେକ ଖଣ୍ଡର ପୁର୍ନଗଠନ କରିବାରେ ସକ୍ଷମ ହୋଇଥାନ୍ତି ।
ତେବେ ଏମାନଙ୍କୁ କିଭଳି ଭାବରେ ସମୁଦ୍ରରୁ ଧରାଯାଏ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏମାନଙ୍କୁ ଗଭୀର ଜଳରେ ବୁଡିଥିବା ବୁଡାଳିମାନେ ପାଣିରେ ବୁଡିକରି ଅଣ୍ଡାଳି ଅଣ୍ଡଳି ଧରିଥାନ୍ତି । ସାଧାରତଃ ୧.୫ରୁ ୬.୦ ମିଟର ଗଭୀରତା ଥିବା ପାକ ବେ ଓ ମନ୍ନାର ଗଲ୍ଫ ଅଚଂଳରୁ ଏମାନଙ୍କୁ ଧରାଯାଇଥାଏ । କମ ଜୁଆର କିମ୍ବା ଜୁଆର ନଥିବାବେଳେ ଯେତେବେଳେ ମାଟି ଉପରୁ ସିଧା ଗୋଟାଇ ହୁଏ କିମ୍ବା ଅଳ୍ପ ପାଣିଥିବା ଜାଗାରୁ ହାତ ଜାଲ ବ୍ୟବହାର ଏମାନଙ୍କୁ ଧରିହୁଏ । ପ୍ରଥମେ ଏହି ପ୍ରାଣୀଟିକୁ ଖାଦ୍ୟ ରୂପେ ବ୍ୟବହାର କରିବା ଲୋକମାନେ ହେଉଛନ୍ତି ଚୀନ ଦେଶର । ଯେଉଁ ରୋଗୀମାନଙ୍କର ଚର୍ବି ଜାତୀୟ ଖାଦ୍ୟ ଖାଇବାକୁ ମନା ସେମାନେ ଏହାକୁ ଖାଇପାରିବେ କାରଣ ଏମାନଙ୍କ ଶରୀରରେ ପ୍ରୋଟିନ ଅଧିଳ ଓ ଚର୍ବି ଖୁବ କମ ଥାଏ ।