ଜନ୍ମଦିନରେ ସାଲିସ ବିହୀନ ରାଜନେତା ନବକୃଷ୍ଣ ଚୌଧୁରୀ
ଜନ୍ମଦିନରେ ସାଲିସ ବିହୀନ ରାଜନେତା ନବକୃଷ୍ଣ ଚୌଧୁରୀ
admin
Nov 23, 2020 - 08:08
Updated: Nov 23, 2020 - 08:08
୧୯୦୧ ନଭେମ୍ବର ୨୩ରେ ଜଗତସିଂହପୁର ଜିଲ୍ଲାର ଖେରସାର ଏକ ଜମିଦାର ପରିବାରରେ ଜନ୍ମ ହୋଇଥିଲେ ସରଳ ସାଲିସବିହୀନ ମହାନ ଓଡ଼ିଆ ରାଜନେତା ନବକୃଷ୍ଣ ଚୌଧୁରୀ । ତାଙ୍କ ଗେହ୍ଲା ନାମ ଥିଲା ‘ଟୁଆଁ’ । ପିତା ଗୋକୁଳାନନ୍ଦ ଥିଲେ ପ୍ରତିଷ୍ଠିତ ଓକିଲ । ନବକୃଷ୍ଣଙ୍କ ବିଦ୍ୟାଳୟ ଶିକ୍ଷା ପ୍ୟାରୀମୋହନ ଏକାଡେମିରେ ହୋଇଥିଲା । ସେ ଶୈଶବରେ ଖେଳ କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ । ସ୍ୱତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ବିଦ୍ୟାଳୟ ଶିକ୍ଷା ପରେ ରେଭେନସା ମହାବିଦ୍ୟାଳୟ । ରେଭେନସା ମହାବିଦ୍ୟାଳୟରେ ପଢ଼ିବା ବେଳେ ସ୍ୱାଧୀନତା ଆନେ୍ଦାଳନରେ ଯୋଗ ଦେଇ ପାଠ ଛାଡ଼ିଥିଲେ । ‘ସାବରମତୀ ଆଶ୍ରମ’ରେ ପ୍ରାୟ ଦଶ ମାସ ରହି ଲୋକସେବକ ଭାବେ ନିଜକୁ ତାଲିମ ଦେଇଥିଲେ । ୧୯୨୭ ରେ ଗ୍ରାମ୍ୟ ଅର୍ଥନୀି ବିଷୟରେ ଅଧ୍ୟୟନ ପାଇଁ ଶାନ୍ତିନିକେତନ ଯାଇଥିଲେ । ଶାନ୍ତିନିକେତନରେ ପଢ଼ୁଥିବା ବେଳେ ମାଳତୀ ସେନ ସହ ତାଙ୍କର ଭେଟ ହୋଇଥିଲା । ବିଚାରରେ ସାମଞ୍ଜସ୍ୟ ଯୋଗୁଁ ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ । ସମ୍ପର୍କ କ୍ରମେ ଘନିଷ୍ଠ ହୋଇଥିଲା ଏବଂ ବିବାହ କରିବା ଲାଗି ସେମାନେ ନିଷ୍ପତ୍ତି ନେଇଥିଲେ । ମାଳତୀ ଥିଲେ ଅଣ ଓଡ଼ିଆ ସାଙ୍ଗକୁ ବ୍ରାହ୍ମ ଧର୍ମାବଲମ୍ବୀ । ସେମାନଙ୍କ ବିବାହ ପ୍ରସ୍ତାବର ତୀବ୍ର ବିରୋଧ ହୋଇଥିଲା । ନବକୃଷ୍ଣଙ୍କ ରକ୍ଷଣଶୀଳ ମାତା । ତେବେ ଗୋପବନ୍ଧୁ ଚୌଧୁରୀଙ୍କ ହସ୍ତକ୍ଷେପ ପରେ ବିବାହ ସମ୍ପୃକ୍ତ ହୋଇଥିଲା ଏବଂ ମାଳତୀ ଆସିଥିଲେ ଓଡ଼ିଶା । ବିବାହ ପରେ ଦୁହେଁ ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନଙ୍କ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ୟ୍ୟ କରିଥିଲେ, ଶିକ୍ଷା ଦେଉଥିଲେ । ବିଦ୍ୟାଳୟ ଚଳାଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ‘ସାରଥୀ’ ଏବଂ ତା ପରେ ‘କୃଷକ’ ନାମକ ଏକ ପତି୍ରକା ବାହାର କରିଥିଲେ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ ଏରସମା ଆସନରୁ ଲଢ଼ି ବିଜୟୀ ହୋଇଥିଲେ । ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ (୨୩ ଏପି୍ରଲ ୧୯୪୬-୨୩ ଏପି୍ରଲ ୧୯୪୮) ହୋଇଥିଲେ । ଏକମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ନେହେରୁଙ୍କ ଅନୁରୋଧ କ୍ରମେ ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ (୧୨ ମେ ୧୯୫୦-୧୯ ଅକ୍ଟୋବର ୧୯୫୬) । ବହଚ ବିରୋଧ ସତ୍ତ୍ୱେ ତାଙ୍କ କାର୍ୟ୍ୟକାଳରେ, ତାଙ୍କ ଉଦ୍ୟମରେ ଓଡ଼ିଆ ସରକାରୀ ଭାଷାରେ ପରିଣତ ହୋଇଥିଲା ।