କି୍ରକେଟ ଖେଳିବା ବେଳେ ପିଚ ଉପରେ ଟଳି ପଡ଼ିଲେ ଯୁବକ

କି୍ରକେଟ ଖେଳିବା ବେଳେ ପିଚ ଉପରେ ଟଳି ପଡ଼ିଲେ ଯୁବକ

କି୍ରକେଟ ଖେଳିବା ବେଳେ ପିଚ ଉପରେ ଟଳି ପଡ଼ିଲେ ଯୁବକ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ବୁରୁଝୁରି ଗ୍ରାମରେ କି୍ରକେଟ ଖେଳୁଥିବା ବେଳେ ଜଣେ ଯୁବକଙ୍କ ଅକାଳ ବିୟୋଗ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ନାରାୟଣ ଗୌଡ଼ (୨୮) । ଚିଙ୍ଗୁଡ଼ିଖୋଲ ଗ୍ରାମର ବାସିନ୍ଦା ନାରାୟଣ ଅପରାହ୍ନରେ ବୁରୁଝୁରି ଗ୍ରାମର ପଡ଼ିଆରେ ସାଙ୍ଗମାନଙ୍କ ସହ କି୍ରକେଟ ଖେଳୁଥିଲେ । ବ୍ୟାଟିଂ କରି ରନ ସଂଗ୍ରହ କରୁଥିବା ସମୟରେ ପିଚ ଉପରେ ଭାରସାମ୍ୟ ହରାଇ ତଳେ କଚାଡ଼ି ପଡ଼ିଯିବା ସହ ବ୍ୟାଟ ହ୍ୟାଣ୍ଡେଲ ଛାତିରେ ବାଜିଯାଇଥିଲା । ଯନ୍ତ୍ରଣା ହେବାକୁ ତାଙ୍କୁ ସଙ୍ଗେ ସଙ୍ଗେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ନାରାୟଣ ୧୦ ମାସ ତଳେ ବିବାହ କରିଥିବା ବେଳେ ସେ ବାପାଙ୍କ ଏକମାତ୍ର ପୁଅ ଥିଲେ ।