ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା

ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା

ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା
ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖାର ରାୱଲକୋଟରେ ଶୁକ୍ରବାର ଭାରତୀୟ ଓ ପାକିସ୍ଥାନ ସେନା ମଧ୍ୟରେ ବି୍ରଗେଡ କମାଣ୍ଡର ସ୍ତରୀୟ ଆଲୋଚନା ଶେଷ ହୋଇଛି । ଏଥିରେ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇତିବା ଅସ୍ତ୍ରବିରତି ରାଜିନାମାକୁ ଏଲଓସି ନିକଟରେ କିପରି ଲାଗୁ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗତ ମାସରେ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ବୁଝାମଣା ହୋଇଥିଲା କି ଏଲଓସି ନିକଟରେ ୨୦୦୩ ମସିହାରେ ସ୍ୱାକ୍ଷରିତ ଅସ୍ତ୍ରବିରତି ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଏଥିପାଇଁ ଉପାୟ ଚୂଡାନ୍ତ କରିବାକୁ ଦୁଇ ସେନା ମଧ୍ୟରେ ପରେ ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ତେବେ ଭାରତର ସରକାରୀ ସୂଚନା ଦିଆଯାଇଛି କି ପାକିସ୍ତାନ ଏଲଓସି ନିକଟରେ ଓ ପିଓକେରେ ଆତଙ୍କବାଦୀ ଗତିବିଧି ରୋକିବା ପାଇଁ କୌଣସି ପ୍ରକାର ପ୍ରତିଶ୍ରୁତି ଦେଇନାହିଁ ।