ନନ୍ଦନକାନନ ପାଇଁ ଖୁସି ଖବର : ଅଣ୍ଡା ଦେଲା ଲମ୍ବା ବେକ ଶାଗୁଣା

ନନ୍ଦନକାନନ ପାଇଁ ଖୁସି ଖବର : ଅଣ୍ଡା ଦେଲା ଲମ୍ବା ବେକ ଶାଗୁଣା

ନନ୍ଦନକାନନ ପାଇଁ ଖୁସି ଖବର : ଅଣ୍ଡା ଦେଲା ଲମ୍ବା ବେକ ଶାଗୁଣା
ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର । ଶାଗୁଣା ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସଫଳ ହେବାକୁ ଯାଉଥିବାରୁ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ଗତ ୧୮ ତାରିଖରେ ଗୋଟିଏ ଶାଗୁଣା ଅଣ୍ଡା ଦେଇଥିଲା । କେ-୪୮ ଖୁଆଡରେ ଅନ୍ୟ ଏକ ଶାଗୁଣା ମଧ୍ୟ ଅଣ୍ଡାଦାନ କରିଛି । ସୂଚନା ଯୋଗ୍ୟ ୨୦୧୮ ନଭେମ୍ବର ୨୮ ତାରିଖରେ ନନ୍ଦନକାନନକୁ ମଧ୍ୟପ୍ରଦେଶ ଗ୍ୱାଲିୟରରୁ ୬ ହଜାର ଶାଗୁଣାଙ୍କୁ ନନ୍ଦନକାନନ ଅଣାଯାଇଥିଲା । କିଛି ମାସ ପରେ ସେମାନଙ୍କ ମଧ୍ୟରୁ ଏକ ଶାଗୁଣା ପ୍ରଥମ କରି ଅଣ୍ଡା ଦେଇଥିଲା । ସେଥିରୁ ଛୁଆ ମଧ୍ୟ ବାହାରିଥିଲା । ମାତ୍ର ଖାଇବା ବେଳେ ଛୁଆଟିର ତଣ୍ଟିରେ କୌଣସି ତନ୍ତୁଜାତୀୟ ପଦାର୍ଥ ଲାଗିଯିବାରୁ ତାର ମୃତୁ୍ୟ ହୋଇଥିଲା । ଏହା ପରେ ଗତ ବର୍ଷ ମଧ୍ୟ ଏକ ଶାଗୁଣା ଅଣ୍ଡା ଦେଇଥିଲା । ତା ଅଣ୍ଡାକୁ କୃତି୍ରମ ଉପାୟରେ ଫୁଟାଇ ଛୁଆ ବାହାର କରିବା ଲାଗି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଇନକୁ୍ୟବଲେଟର ମେସିନରେ ରଖାଯାଇଥିଲା । କିନ୍ତୁ ଅଣ୍ଡାଟି କାଞ୍ଜିଆ ହୋଇଯିବାରୁ ଯୋଜନା ବିଫଳ ହୋଇଥିଲା । ତେଣୁ ଏଥର ପ୍ରାକୃତିକ ଉପାୟରେ ମା ଶାଗୁଣା ହେପାଜାତରେ ଅଣ୍ଡାକୁ ରଖି ଫୁଟାଇବାକୁ ଯୋଜନା କରାଯାଇଛି ଓ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।