ପ୍ରଶାନ୍ତ କିଶୋରଙ୍କୁ ନେଇ ଟିଏମସିରେ ସଙ୍କଟ
ପ୍ରଶାନ୍ତ କିଶୋରଙ୍କୁ ନେଇ ଟିଏମସିରେ ସଙ୍କଟ
admin
Dec 24, 2020 - 11:53
Updated: Dec 24, 2020 - 11:53
କୋଲାକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ତୃଣମୂଳ କଂଗ୍ରେସର ହୃତକମ୍ପନ ବଢ଼ିବାରେ ଲାଗିଛି । ଦଳର ବହୁ ବରିଷ୍ଠ ନେତାମାନେ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି । ଏଭଳି ସ୍ଥିତି ଲାଗି ରହିଲେ ଦଳ ଆଗକୁ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇଦିନିଆ ଗସ୍ତ ବେଳେ ଜଣେ ସାଂସଦ ସାତ ଜଣ ବିଧାୟକଙ୍କ ସହ ବହୁ ତୃଣମୂଳକ ନେତା ବିଜେପିରେ ସାମିଲ ହୋଇଚନ୍ତି । ତେବେ ତୃଣମୂଳର ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଚ୍ୟାଲେଞ୍ଜ କରିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କ ଟପି ପାରିବନି । ଯଦି ଟପିଲା ତେବେ ସେ ତାଙ୍କ ପଦବୀ ପରିତ୍ୟାଗ କରିବେ । ପିକେଙ୍କ ଚ୍ୟାଲେଞ୍ଜକୁ ନେଇ ତୃଣମୂଳ ସୁପି୍ରମୋ କିମ୍ବା ଦଳର ଅନ୍ୟ ନେତାମାନେ ଉତ୍ସାହିତ ନୁହନ୍ତି । ଦୁଇ ଦିନ ପୂର୍ବେ ବରିଷ୍ଠ ନେତାମାନେ କାହିଁକି ଦଳ ତ୍ୟାଗ କରୁଛନ୍ତି ବୋଲି ମମତା ବାନାର୍ଜୀ ପିକେଙ୍କୁ ପ୍ରଶ୍ନ କରିଥିଲେ । ପିକେ ଏହାର ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି । ତୃଣମୂଳରେ ଅନକେ ବରିଷ୍ଠ ନେତା ପିକେଙ୍କ ରଣନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନିକଟ ଅତୀତରେ ନିର୍ବାଚନ ଫଳାଫଳକୁ ନେଇ ପିକେଙ୍କ ସେମିତି କିଛି ଆଖିଦୃଶିଆ ସଫଳତା ନାହିଁ । ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ଦେଖି ମମତା ବାନାର୍ଜୀ ପିକେଙ୍କୁ ନିଜ ଦଳର ରଣନୀତିକାର ଭାବେ ଅବସ୍ଥାପିତ କରିଥିଲେ । କିନ୍ତୁ ଏବେ ତାଙ୍କୁ ତୃଣମୂଳ ନେତାମାନେ ଆଦୌ ଗ୍ରହଣ କରୁନାହାନ୍ତି ।