ବାତ୍ୟା ଏକ ଗୁଜବ: ଏସଆରସି

ବାତ୍ୟା ଏକ ଗୁଜବ: ଏସଆରସି

ବାତ୍ୟା ଏକ ଗୁଜବ: ଏସଆରସି
ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ଦିନ କୌଣସି ବାତ୍ୟା ହେବାର ଆଶଙ୍କା ନାହିଁ। ଏଭଳି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏଥିସହ ବାତ୍ୟା ଗୁଜବ ଉପରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି। କେବଳ ପାଣିପାଗ ବିଭାଗ ଖବରକୁ ବିଶ୍ୱାସ କରିବାକୁ ଶ୍ରୀ ଜେନା କହିଛନ୍ତି। ସେପଟେ ରାଜ୍ୟରେ ଲଗାଣ ବର୍ଷାକୁ ନେଇ ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ, ୮ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଭଦ୍ରକରେ ୧୫୧ ମିମି, ପୁରୀରେ ୧୩୫ ମିମି, କଟକରେ ୧୩୦ ମିମି ବର୍ଷ ହୋଇଛି। ୩ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୨୩୯ ମିଲିମିଟର ବର୍ଷା ହୋଇଛି। ଭୁବନେଶ୍ୱରରେ ୨ ଦିନରେ ୨୫୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ। ଆଜି ସକାଳୁ ସ୍ଥିତିରେ ଉନ୍ନତି ଆସିଛି। କୌଣସି ମୃତାହତ ସୂଚନା ମିଳିନାହିଁ ବୋଲି ଏସଆରସି କହିଛନ୍ତି।