ମମତାଙ୍କୁ କିମ ଜଙ୍ଗ ଉନଙ୍କ ସହ ତୁଳନା : ଗିରିରାଜ

ମମତାଙ୍କୁ କିମ ଜଙ୍ଗ ଉନଙ୍କ ସହ ତୁଳନା : ଗିରିରାଜ

ମମତାଙ୍କୁ କିମ ଜଙ୍ଗ ଉନଙ୍କ ସହ ତୁଳନା : ଗିରିରାଜ
ପାଟନା: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରି ତାଙ୍କୁ ଉତର କୋରିଆ ଶାସକ କିମ ଜଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି । ଗିରିରାଜ କହିଛନ୍ତି ମମତା ବାନାର୍ଜୀ ଯେଉଁଭଳି ଢଙ୍ଗରେ ଶାସନ ପରିଚାଳନା କରୁଛନ୍ତି ସେଥିରୁ ଲାଗିଛି ଯେ ସେ ସମ୍ବିଧାନରେ ବିଶ୍ୱାସ କରୁନାହାନ୍ତି । ତେବେ ଲୋକମାନେ ବିକାଶ ଚାହାନ୍ତି । ମମତାଙ୍କର କାଉଂଟଡାଉନ ଆରମ୍ଭ ହୋଇଗଲାଣି । ମମତା କିମ ଜଙ୍ଗ ଉନଙ୍କ ଭଳି ଯିଏ ତାଙ୍କୁ ବିରୋଧ କରୁଛ, ତାଙ୍କୁ ନିପାତ କରିବାକୁ ଚାହୁଛନ୍ତି ବୋଲି ଗିରିରାଜ କହିଛନ୍ତି ।