ସୋସିଆଲ ମିଡିଆରେ ସଲମାନଙ୍କୁ ହତ୍ୟା ଧମକ, ୨ଗିରଫ

ସୋସିଆଲ ମିଡିଆରେ ସଲମାନଙ୍କୁ ହତ୍ୟା ଧମକ, ୨ଗିରଫ

ସୋସିଆଲ ମିଡିଆରେ ସଲମାନଙ୍କୁ ହତ୍ୟା ଧମକ, ୨ଗିରଫ
ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜସ୍ଥାନ ଯୋଧପୁରରେ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଏକ କାର ଚୋରି କରୁଥିବା ବେଳେ ଉଭୟଙ୍କୁ ଗିରଫ କରିଥିବାର ସୂଚନା ଦିଆଯାଇଛି। କୁହାଯାଉଛି ଯେ ସେଦୁହେଁ ଏକ କାର ଚୋରି କରୁଥିଲେ। ସେତେବେଳେ ପୁଲିସ ଉଭୟଙ୍କୁ ଧରିଥିଲା। ତାପରେ ପଚରାଉଚରା ବେଳେ ସେ ଦୁହେଁ ସ୍ବୀକାର କରିଥିଲେ ଯେ ଶସ୍ତା ଲୋକପ୍ରିୟତା ପାଇଁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ହେଲେ ଏଭଳି କିଛି କରିବାର ସେମାନଙ୍କର ଲକ୍ଷ୍ୟ ନଥିଲା। ସେଦୁହେଁ ପୂର୍ବରୁ କାର୍ ଚୋରି ରାକେଟରେ ସକ୍ରିୟ ଥିଲେ ଏବଂ ପୁଲିସ ହାତରେ ଧରାପଡ଼ିଥିଲେ। ସୂଚନାଯୋଗ୍ୟ କିଛି ଦିନତଳେ ଏଦୁଇ ଅଭିଯୁକ୍ତ ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ପୁଲିସର ନିଦ ହଜାଇ ଦେଇଥିଲେ।ଏମାନଙ୍କ ଭିତରୁ ଜଣେ ଅଭିଯୁକ୍ତ ହେଲେ ଜାକି ବିଷ୍ନୋଇ ଯିଏ କି ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକନେଇ ଏକ ପୋଷ୍ଟ କରିଥିଲେ।