ରଥଯାତ୍ରା ସିଧା ପ୍ରସାରଣ ବିକ୍ରି ହେବ
ରଥଯାତ୍ରା ସିଧା ପ୍ରସାରଣ ବିକ୍ରି ହେବ
admin
Jun 9, 2019 - 08:17
Updated: Jun 9, 2019 - 08:17
ପୁରୀ: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ବିକି୍ର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଜୁନ୍ ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବିଜ୍ଞାପନ ଜାରି ହୋଇଛି । ସିଧା ପ୍ରସାରଣ ଅଧିକାର ପାଇବା କମ୍ପାନୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୯ଟି ସର୍ତ୍ତ ରଖିଛି । ଜୁନ୍ ୧୦ ତାରିଖ ସୁଦ୍ଧା ଆଗ୍ରହୀ ଘରୋଇ ଟେଲିଭିଜନ କମ୍ପାନୀଙ୍କ ଠାରୁ ଟେଣ୍ଡର ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଛି ।
ଘୋଷଯାତ୍ରାର ସିଧା ପ୍ରସାରଣ କରିବା କମ୍ପାନୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସର୍ତ୍ତରେ ରହିଛି ବିନା ମୂଲ୍ୟରେ ଦୂରଦର୍ଶନକୁ ସିଧା ପ୍ରସାରଣ ଓ ଭିଡିଓର ଅଧିକାର ଦିଆଯିବ । ମହାପ୍ରଭୁଙ୍କ ସଂସ୍କୃତି, ଐତିହ୍ୟକୁ ହାନି ପହଞ୍ଚିଲା ଭଳି କୌଣସି ଭିଡ଼ିଓ ଉତ୍ତୋଳନ ଓ ସମ୍ପ୍ରସାରଣ କରାଯାଇପାରିବ ନାହିଁ । ସିଧା ପ୍ରସାରଣ ଅଧିକାର ପାଇଥିବା କମ୍ପାନୀ ନିଜସ୍ୱ ଉଦ୍ୟମରେ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରପାତି ସ୍ଥାପନ କରିବ । ଏଥି ନିମନ୍ତେ ସ୍ଥାନୀୟ ପ୍ରଶାସନ ଠାରୁ ଆବଶ୍ୟକ ଅନୁମତି ନେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ଅନୁମତି ଦେବ ନାହିଁ ।ସିଧାପ୍ରସାରଣ ଅଧିକାରକୁ ଶ୍ରୀମନ୍ଦିର ପ୍ରଶାସନ ଯେକୌଣସି ସମୟରେ ନିସର୍ତ୍ତରେ ରଦ୍ଧ ତଥା ବାତିଲ କରିଦେଇପାରିବ । ରଥଯାତ୍ରା ସିଧାପ୍ରସାରଣ ବେଳେ ମହାପ୍ରଭୁଙ୍କ ମହିମା, ଭକ୍ତ ଓ ସେବକମାନଙ୍କ ଧର୍ମଭାବନାକୁ ଆଘାତ ଲାଗିଲା ଭଳି କୌଣସି ବିଜ୍ଞାପନ ପ୍ରସାରଣ କରିବ ନାହିଁ । ସିଧାପ୍ରସାରଣ ସମସ୍ତ ଭିଡିଓ ଏବଂ ଡିଜିଡି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବ । ସର୍ବନିମ୍ନ ୫ବର୍ଷର ଖବର ପ୍ରସାରଣ ଓ ପ୍ରଡକ୍ସନର ଅଭିଜ୍ଞତା ଥିବା କମ୍ପାନୀମାନେ ଟେଣ୍ଡର କରିବା ପାଇଁ ଯୋଗ୍ୟ ହେବେ । ସିଧାପ୍ରସାରଣ ବେଳେ ଉତ୍ତୋଳନ ହୋଇଥିବା ଭିଡିଓରେ କୌଣସି ବିଭ୍ରାନ୍ତିକର ଦୃଶ୍ୟ ରହିବ ନାହିଁ । ସିଧାପ୍ରସାରଣ ନାମରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନରେ ଯେଭଳି ପ୍ରତିବନ୍ଧକ ସୃଷ୍ଟି ନ ହୁଏ ସେଥିପ୍ରତିଧ୍ୟାନ ଦିଆଯିବ । ସିଧାପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସିଧା ପ୍ରସାରଣ ବିଧି ମାନିବାକୁ ପଡ଼ିବ । ଏହି ସଂକ୍ରାନ୍ତୀୟ ସମସ୍ତ ପ୍ରକାର ବିବାଦ କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଔରେ ଦାଖଲ କରାଯିବ । ସିଧାପ୍ରସାରଣ ଅଧିକାରକୁ ବିକି୍ର କରିବା ପାଇଁ ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ କୁମାର ମହାମାତ୍ର ବିଫଳ ହୋଇଥିଲେ । ବର୍ତ୍ତମାନ ପୁଣି ଥରେ ଏହି ଅଧିକାର ବିକି୍ର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରିଥିବା ଉଦ୍ୟମ ସଫଳ ହେବ କି ନାହିଁ ତା ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ହୋଇଥିବା ଉଦ୍ୟମକୁ ବିଭିନ୍ନ ଗଣମାଧ୍ୟମରେ ସମାଲୋଚନା କରାଯାଇଥିଲା ।