ଚୀନକୁ ଝଟକା : ମୋବାଇଲ ଡିସପ୍ଲେ ଫ୍ୟାକ୍ଟ୍ରି ଭାରତକୁ ସ୍ଥାନାନ୍ତର କଲା ସାମସଙ୍ଗ

ଚୀନକୁ ଝଟକା : ମୋବାଇଲ ଡିସପ୍ଲେ ଫ୍ୟାକ୍ଟ୍ରି ଭାରତକୁ ସ୍ଥାନାନ୍ତର କଲା ସାମସଙ୍ଗ

ଚୀନକୁ ଝଟକା : ମୋବାଇଲ ଡିସପ୍ଲେ ଫ୍ୟାକ୍ଟ୍ରି ଭାରତକୁ ସ୍ଥାନାନ୍ତର କଲା ସାମସଙ୍ଗ
ଲକ୍ଷ୍ନୌ : କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ ୪୮୨୫ କୋଟିର ନିବେଶ କରିବାକୁ ଯାଉଛି । ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି । ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉପôାଦନ ୟୁନିଟ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ୨୦୧୮ରେ ସାମସଙ୍ଗ ପକ୍ଷରୁ ଦିଲ୍ଲୀରେ ଏହାର ପ୍ରଥମ ୟୁନିଟ ସ୍ଥାପନ କରାଯାଇଥିଲା । ଏହି ସମୟରେ କମ୍ପାନୀ ପକ୍ଷରୁ ୪୯୧୫ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦିଆଯାଇଥିଲା । ଉକ୍ତ ପ୍ରତିଶ୍ରୁତି ମୁତାବକ ଏହି ଉପôାଦନ ୟୁନିଟ ସ୍ଥାପନ କରାଯାଇଛି । ଏହି ୟୁନିଟରେ ପ୍ରାୟ ୫୧୦ ନୂତନ ନିଯୁକ୍ତି ସୃଷ୍ଟି ହେବ । ସମଗ୍ର ବିଶ୍ୱରେ ବ୍ୟବହୃତ ଏଲଇଡି ଡିସପ୍ଲେର ୭୦ ପ୍ରତିଶତ ସାମସଙ୍ଗ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଦକ୍ଷିଣ କୋରିଆ, ଭିଏତନାମ ଏବଂ ଚୀନରେ ରହିଥିବା ବେଳେ ଚୀନରେ ରହିଥିବା କମ୍ପାନୀ ଭାରତକୁ ସ୍ଥାନାନ୍ତର କରାଯାଇଛି ।